www.samajalive.in
Sunday, December 7, 2025
26.1 C
Bhubaneswar

ଫୋନ୍‌ ବଞ୍ଚାଇବାକୁ ବାଇକରେ ଓହଳି ରହିଲେ ଯୁବତୀ, ୨୦୦ ମିଟର ଘୋଷାଡ଼ିଲେ ଲୁଟେରା: ଦେଖନ୍ତୁ ଛାତିଥରା ଦୃଶ୍ୟ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବର ଜଲନ୍ଧର ଜିଲାରେ ୩ ଜଣ ମୋବାଇଲ ଲୁଟେରା ଜଣେ ୧୮ ବର୍ଷୀୟ ଯୁବତୀଙ୍କୁ ବାଇକରେ ପ୍ରାୟ ୨୦୦ ମିଟର ଘୋଷାଡ଼ି ନେଇଛନ୍ତି, ଯାହାର ଭିଡିଓ ବେଶ୍‌ ଭାଇରାଲ୍ ହୋଇଛି। ନିଜ ମୋବାଇଲ ଫୋନ ବଞ୍ଚାଇବାକୁ ଚେଷ୍ଟା କରୁଥିବା ଯୁବତୀଙ୍କୁ ଲୁଟେରା ବାଇକରେ ଘୋଷାଡ଼ି ନେଇଛନ୍ତି।


ପୁଲିସ ସୂଚନା ମୁତାବକ, ଜଲନ୍ଧରର ଗ୍ରୀନ୍ ମଡେଲ ଟାଉନ୍ ଅଞ୍ଚଳରେ ଶୁକ୍ରବାର ଘଟିଥିବା ଏହି ଘଟଣାରେ ଲକ୍ଷ୍ମୀ ନାମକ ଯୁବତୀ ଆହତ ହୋଇଛନ୍ତି। ପୁଲିସ ଅଧିକାରୀ କହିଛନ୍ତି ଯେ, ଲକ୍ଷ୍ମୀ ତାଙ୍କ ଘର ପାଖରେ ଥିଲେ, ଏତିକିବେଳେ ତିନି ଜଣ ଅଜ୍ଞାତ ବ୍ୟକ୍ତି ମୋଟରସାଇକେଲରେ ଆସି ତାଙ୍କ ମୋବାଇଲ୍ ଫୋନ୍ ଛଡ଼ାଇବାକୁ ଚେଷ୍ଟା କରିଥିଲେ। ଲକ୍ଷ୍ମୀ ଏହାକୁ ବିରୋଧ କରିବାରୁ ଲୁଟେରା ତାଙ୍କୁ ପ୍ରାୟ ୧୫୦ରୁ ୨୦୦ ମିଟର ପର୍ଯ୍ୟନ୍ତ ମୋଟରସାଇକେଲରେ ଘୋଷାଡ଼ି ନେଇଥିଲେ। ଅଧିକାରୀ କହିଛନ୍ତି ଯେ, ଲୁଟେରାମାନେ ମୋବାଇଲ୍ ଫୋନ୍ ଛଡ଼ାଇବାରେ ସଫଳ ହୋଇଛନ୍ତି। ଏହି ଘଟଣା ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି, ଯାହା ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories