www.samajalive.in
Saturday, December 6, 2025
26.1 C
Bhubaneswar

ଧରାପଡିଲା ବାଇକ ଲୁଟେରା ଗ୍ୟାଙ୍ଗ: ୫ ଗିରଫ, ୧୧ ବାଇକ ଜବତ

ସମ୍ବଲପୁର: ସମ୍ବଲପୁରର ଧନୁପାଲି ପୁଲିସ ଏକ ବାଇକ ଲୁଟେରା ଗ୍ୟାଙ୍ଗକୁ ଧରିବା ସହିତ ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୧୧ଟି ଚୋରି ବାଇକ୍‌ ଜବତ ହୋଇଛି।

ସ୍ଥାନୀୟ ଧନୁପାଲି ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଦର ଏସଡିପିଓ ତୁଫାନ ବାଗ ସୂଚନା ଦେଇ କହିଛନ୍ତି ଯେ, ଗତ ୩ ତାରିଖରେ ମଠପାଲି ଭତରା ଅଞ୍ଚଳର ଶେଷଦେବ ବରିହାଙ୍କ ଏକ ସ୍କୁଟି ଚୋରି ହୋଇଯାଇଥିଲା । ଏ ସମ୍ପର୍କରେ ଥାନାରେ ଅଭିଯୋଗ ହେବାରୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରାଯାଇଥିଲା । ତଦନ୍ତ ସମୟରେ ପୁଲିସକୁ ଏକ ବଡ ବାଇକ ଚୋର ଦଳକୁ ଧରିବାର ସୁଯୋଗ ମିଳିଥିଲା । ଏଣୁ ପୁଲିସ ତ୍ୱରିତ ପଦକ୍ଷେପ ନେଇ ଭତରା ଅଞ୍ଚଳର ନିବାସୀ ସାମଲ ହରି(୨୨), ଅର୍ଜୁନ ନାୟକ(୨୧), ଅରକ୍ଷିତ ବାଗ ଓରଫ ଠୁଲୁ(୨୪), ପିଣ୍ଟୁ ଗୁରୁ(୨୦) ଏବଂ ସଞ୍ଜୀବ ଭୋଇ(୨୪)ଙ୍କୁ ଧରିଥିଲା। ଚୋର ଦଳ ନିକଟରୁ ଧନୁପାଲି, ଟାଉନ, ସଦର ଏବଂ ରେଙ୍ଗାଲି ଥାନା ଅଞ୍ଚଳରୁ ବିଗତ ଦିନରେ ଚୋରି ହୋଇଥିବା ଗୋଟିଏ ସ୍କୁଟି, ୮ଟି ବାଇକ ଓ ୨ଟି ଦ୍ରୁତଗାମୀ ମୋଟର ସାଇକେଲ ସମେତ ସମୁଦାୟ ୧୧ଟି ଦୁଇ ଚକିଆ ଗାଡି ଜବତ ହୋଇଥିଲା । ଏଣୁ ଅଭିଯୁକ୍ତ ମାନଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରାଯାଇଛି । ଏହି ଚୋର ଦଳ ଆହୁରି ଅନ୍ୟ ସ୍ଥାନରେ ମଧ୍ୟ ଚୋରି କରିଥିବା ଅନୁମାନ କରାଯାଉଥିବାରୁ ମାମଲାରେ ଅଧିକ ତଦନ୍ତ ଜାରି ରହିଛି ବୋଲି ଏସଡିପିଓ ବାଗ କହିଛନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories