www.samajalive.in
Sunday, December 7, 2025
26.1 C
Bhubaneswar

ଅଗ୍ନି ତତ୍ତ୍ୱ ସହ ସମ୍ବନ୍ଧିତ ଏହି ରାଶି

ଜ୍ୟୋତିଷଶାସ୍ତ୍ରରେ ଅଗ୍ନି ତତ୍ତ୍ୱ ସହ ୩ଟି ରାଶିର ସମ୍ବନ୍ଧ ଅଛି ବୋଲି କୁହାଯାଏ। ଅଗ୍ନି ତତ୍ତ୍ୱ ରାଶିମାନଙ୍କରେ ସୂର୍ଯ୍ୟ ଗ୍ରହ ଉଚ୍ଚ ସ୍ଥାନରେ ରହିଥାଆନ୍ତି। ଏହି କାରଣରୁ ସେହି ରାଶିର ବ୍ୟକ୍ତିମାନେ ଅଧିକ ସାହସୀ ହୋଇଥାଆନ୍ତି। ଏହା ସହ ସେହି ତିନୋଟି ରାଶିର ବ୍ୟକ୍ତିମାନଙ୍କ ମଧ୍ୟରେ ନେତୃତ୍ୱ ନେବାର କ୍ଷମତା ମଧ୍ୟ ରହିଥାଏ। ଯେଉଁ କାର୍ଯ୍ୟରେ ଏମାନେ ହାତ ଦିଅନ୍ତି, ତାହାକୁ ସଫଳତାର ସହ ସମ୍ପୂର୍ଣ୍ଣ କରିଥାଆନ୍ତି।

ମେଷ ରାଶି – ଅଗ୍ନି ତତ୍ତ୍ୱରେ ପ୍ରଥମେ ମେଷ ରାଶିର ମାନ୍ୟତା ରହିଛି। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଏହି ରାଶିର ସ୍ୱାମୀ ମଙ୍ଗଳ ଗ୍ରହ ଅଟନ୍ତି। ଏହା ସୂର୍ଯ୍ୟଙ୍କର ସବୁଠାରୁ ପ୍ରିୟ ରାଶି ଅଟେ। ଏହି ରାଶିରେ ଅଧିକ ଶକ୍ତି ଥାଏ। ଏହାସହ ମେଷ ରାଶିର ବ୍ୟକ୍ତିମାନେ ଖୁବ ଚଞ୍ଚଳ ସ୍ୱଭାବର ମଧ୍ୟ ଅଟନ୍ତି। ଯେକୌଣସି କାର୍ଯ୍ୟକୁ ଖୁବ୍‌ ଶୀଘ୍ର ସମ୍ପନ୍ନ କରିବାକୁ ସର୍ବଦା ଚେଷ୍ଟା କରିଥାଆନ୍ତି। ଏମାନେ ନେତୃତ୍ୱ ନେଉଥିବା କାର୍ଯ୍ୟକୁ ଖୁବ ଭଲ ଭାବେ ସମ୍ପାଦିତ କରିଥାଆନ୍ତି। ଏହି ରାଶିର ବ୍ୟକ୍ତିମାନେ ସୂର୍ଯ୍ୟଙ୍କ ଉପାସନା କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ।
ସିଂହ ରାଶି – ସିଂହ ରାଶିର ବ୍ୟକ୍ତିମାନେ ମଧ୍ୟ ଅଗ୍ନି ତତ୍ତ୍ୱ ରାଶିରେ ଜଡ଼ିତ। ଏହି ରାଶିର ବ୍ୟକ୍ତିମାନେ ଖୁବ ସାହସୀ ଅଟନ୍ତି। ଜୀବନରେ ବହୁ ସଂଘର୍ଷ କରି ଏମାନେ ସଫଳତା ପାଇଥାଆନ୍ତି। ଏହି ରାଶିର ସ୍ୱାମୀ ନିଜେ ସୂର୍ଯ୍ୟଗ୍ରହ ଅଟନ୍ତି। ସିଂହ ରାଶିର ବ୍ୟକ୍ତିମାନଙ୍କର ନିଜ ଉପରେ ଆତ୍ମବିଶ୍ୱାସ ଖୁବ ଅଧିକ ରହିଥାଏ। ଏମାନେ ମଧ୍ୟ ନେତୃତ୍ୱ ନେବା ଦାୟିତ୍ୱକୁ ଭଲ ଭାବେ କରିଥାଆନ୍ତି। ଗାୟତ୍ରୀଙ୍କ ଆରାଧନା କରିବା ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଶ୍ରେଷ୍ଠ ବୋଲି କୁହାଯାଏ।
ଧନୁ ରାଶି – ଏହି ରାଶିର ସ୍ୱାମୀ ବୃହସ୍ପତି ଅଟନ୍ତି। ସୂର୍ଯ୍ୟଦେବଙ୍କ କୃପାରୁ ଏହି ରାଶିର ବ୍ୟକ୍ତିମାନେ ଅଧିକ ଭାଗ୍ୟଶାଳୀ ହୋଇଥାଆନ୍ତି। ଏମାନେ ନିଜ କଥା ଉପରେ ନିୟନ୍ତ୍ରଣ ରଖିପାରନ୍ତି ନାହିଁ। ଏମାନେ ମଧ୍ୟ ସୂର୍ଯ୍ୟଙ୍କ ଉପାସନା କରିବା ଉଚିତ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories