www.samajalive.in
Friday, December 12, 2025
26.1 C
Bhubaneswar

ପୁତୁରାର କୋଦାଳ ଆକ୍ରମଣରେ ଖୁଡି ଓ ଝିଆରୀ ଗୁରୁତର

ଆନନ୍ଦପୁର : ଜମିବାଡ଼ି ବିବାଦ କଳହକୁ କେନ୍ଦ୍ରକରି ପୁତୁରାର କୋଦାଳ ଆକ୍ରମଣରେ ଖୁଡି ଓ ଝିଆରୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସେମାନେ ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ ହୋଇଛନ୍ତି।

ହାଟଡିହି ବ୍ଲକର ଅସିଆ ଗ୍ରାମ ରେ ଏଭଳି ଅଘଟଣ ଘଟିଥିବା ଜଣା ପଡିଛି। ଗ୍ରାମର ଜଣେ ବୟସ୍କ ମହିଳା ଓ ତାର ଝିଅ ସହିତ ତାଙ୍କର ଦେଢଶୁର ଓ ପୁତୁରାଙ୍କ ମଧ୍ୟରେ ଜମିବାଡ଼ିକୁ କେନ୍ଦ୍ର କରି ବିବାଦ ଲାଗି ରହିଥିଲା। ଆଜି ଉଭୟଙ୍କ ମଧ୍ୟରେ କଳହ ହେବାରୁ ଏକ କୋଦାଳରେ ଖୁଡି ଓ ଝିଆରୀକୁ ପୁତୁରା ମରଣାନ୍ତକ ଆକ୍ରମଣ କରିଥିଲା। ଏଥିରେ ଉଭୟଙ୍କ ମୁଣ୍ଡ ଫାଟିଯାଇଥିଲା ଏବଂ ସେମାନେ ଗୁରୁତର  ହୋଇପଡ଼ିଥିଲେ। ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ଯୋଗୁଁ ଉଭୟ ସଂଜ୍ଞାହୀନ ହୋଇ ପଡ଼ିଯାଇଥିଲେ। ସେମାନଙ୍କୁ ଗୁରୁତର ଓ ସଂଜ୍ଞାହୀନ ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଲୟ ଓ ପରେ ଡାକ୍ତର ଙ୍କ ପରାମର୍ଶରେ କଟକ ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି। ଉଭୟଙ୍କ ସ୍ୱାସ୍ଥ୍ୟ ସଂକଟାପନ୍ନ ଥିବା ଜଣାପଡିଛି।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories