www.samajalive.in
Wednesday, December 10, 2025
18.1 C
Bhubaneswar

ପେଟ୍ରୋକେମିକାଲ ହବ୍ ହେବା ପାଇଁ ଓଡ଼ିଶା ପ୍ରସ୍ତୁତ: କେନ୍ଦ୍ରମନ୍ତ୍ରୀ

ଡେସ୍କ: ଭାରତ ସରକାରଙ୍କ ରସାୟନ ଓ ସାର ମନ୍ତ୍ରଣାଳୟ ଅଧୀନରେ ଥିବା ରାସାୟନିକ ଓ ପେଟ୍ରୋକେମିକାଲ ବିଭାଗ ପକ୍ଷରୁ ଫିକିର ମିଳିତ ସହଯୋଗରେ ଭୁବନେଶ୍ୱରଠାରେ ଇଣ୍ଡିଆ କେମ୍ ୨୦୨୪ ପରିପ୍ରେକ୍ଷୀରେ ଶିଳ୍ପ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ‘ଆଡଭାନ୍ସଡ୍ ଇଣ୍ଡିଆ: ଇଣ୍ଡିଆନ୍ କେମିକାଲ୍ସ ଆଣ୍ଡ ପେଟ୍ରୋକେମିକାଲ୍ସ ପେଭିଂ ଦ ଫ୍ୟୁଚର୍’ ଶୀର୍ଷକ ତ୍ରୟୋଦଶ ଦ୍ୱିବାର୍ଷିକ ଆନ୍ତର୍ଜାତିକ ପ୍ରଦର୍ଶନୀ ଓ ସମ୍ମିଳନୀ ୨୦୨୪ ଅକ୍ଟୋବର ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ହେବାକୁ ଥିବା ପରିପ୍ରେକ୍ଷୀରେ ଭୁବନେଶ୍ୱରରେ ଅନୁଷ୍ଠିତ ଏହି ସମ୍ମିଳନୀରେ ରସାୟନିକ ଏବଂ ପେଟ୍ରୋକେମିକାଲ୍ସ ଶିଳ୍ପରୁ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଇଣ୍ଡିଆ କେମ୍ ୨୦୨୪ ସମ୍ମିଳନୀ ଉପରେ ଆଲୋକପାତ କରାଯାଇଥିଲା।

ସମ୍ମିଳନୀରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ଯୋଗଦେଇ ରସାୟନ ଓ ପେଟ୍ରୋକେମିକାଲ କ୍ଷେତ୍ରରେ ଗୁଜରାଟ, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶର ଗୁରୁତ୍ୱପୂର୍ଣ୍ଣ ଭୂମିକା ସଂପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଦୁଇ ବର୍ଷର ବ୍ୟବଧାନ ପରେ ଅନୁଷ୍ଠିତ ହେଉଥିବା ଇଣ୍ଡିଆ କେମ୍-୨୦୨୪ରେ ବିଶ୍ୱସ୍ତରୀୟ ଅଂଶଗ୍ରହଣକାରୀଙ୍କୁ ଅଂଶଗ୍ରହଣ ପାଇଁ ଉଲ୍କେଖନୀୟ ଭାବେ ଆକୃଷ୍ଟ କରିବ ବୋଲି ଆଶା କରାଯାଉଛି। ଶ୍ରୀମତୀ ପଟେଲ ଗୁରୁତ୍ୱାରୋପ କରି କହିଥିଲେ ଯେ, ଓଡ଼ିଶା ଏହାର ଦକ୍ଷ ମାନବ ସମ୍ବଳ ଏବଂ ଏହାର ଉପଯୋଗୀ ଉପକୂଳ ଅବସ୍ଥିତି ସହିତ ରସାୟନ ଏବଂ ପେଟ୍ରୋକେମିକାଲର ଏକ ପ୍ରମୁଖ କେନ୍ଦ୍ରରେ ପରିଣତ ହେବାକୁ ଯାଉଛି ଯାହାକି ଉତ୍ପାଦନ, ନିଯୁକ୍ତି ଏବଂ ରପ୍ତାନି ପାଇଁ ବିପୁଳ ସୁଯୋଗ ପ୍ରଦାନ କରିବ। ବର୍ତ୍ତମାନ ଦେଶରେ ୨୨୦ ବିଲିୟନ ଡଲାର ମୂଲ୍ୟର ଏହି କ୍ଷେତ୍ର ୨୦୪୭ ସୁଦ୍ଧା ୧ ଟ୍ରିଲିୟନ ଡଲାର ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି। ଦେଶ ଭିତରେ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଏବଂ ଆମଦାନୀ ନିର୍ଭରଶୀଳତା ହ୍ରାସ କରିବା ଉପରେ ସରକାରଙ୍କ ଗୁରୁତ୍ୱ ଏହି ଅଭିବୃଦ୍ଧିକୁ ଆହୁରି ତ୍ୱରାନ୍ୱିତ କରିବ।

- Advertisement -

ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ଓଡ଼ିଶା ସରକାରଙ୍କର ଶିଳ୍ପ ନୀତି ଓ ପ୍ରୋତ୍ସାହନ ସମ୍ପର୍କରେ ଆଲୋଚନା କରିଥିଲେ। ଭିତ୍ତିଭୂମି, ବନ୍ଦର ବ୍ୟବସ୍ଥା ଏବଂ ବିଦ୍ୟୁତ ଶୁଳ୍କରେ ରିହାତି ସହିତ ଶିଳ୍ପ ଚାହିଦା ପୂରଣ ପାଇଁ ଦକ୍ଷ ମାନବ ସମ୍ବଳ ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଉପରେ ସେ ଆଲୋକପାତ କରିଥିଲେ। କାର୍ବନ ଫୁଟ ପ୍ରିଣ୍ଟ ହ୍ରାସ କରିବା ଏବଂ ନିଟ୍-ଜିରୋ ଲକ୍ଷ୍ୟ ହାସଲ ପାଇଁ ସବୁଜ ଜ୍ଞାନକୌଶଳରେ ପୁଞ୍ଜିନିବେଶ ପାଇଁ ରାଜ୍ୟ ସରକାରଙ୍କ ସମର୍ପିତ ମନୋଭାବ ଉପରେ ଶ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରିଥିଲେ।

ଏଥିରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଚିବ ନିବେଦିତା ଶୁକ୍ଲା, ଯୁଗ୍ମ ସଚିବ ଦୀପଙ୍କର ଆରନ , ଓଡ଼ିଶା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଫିକିର ନ୍ୟାସନାଲ ପେଟ୍ରୋକେମିକାଲ୍ସ କମିଟିର ସହ-ଅଧ୍ୟକ୍ଷ ଅରବିନ୍ଦର ସିଂହ ସାହାଣୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories