www.samajalive.in
Friday, December 12, 2025
27.1 C
Bhubaneswar

ଗଣେଶ ପୂଜା ଅବସରରେ ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ‘ଅପରାହ୍ନର ସୂର୍ଯ୍ୟ’

ଭୁବନେଶ୍ବର: ଗଣେଶ ପୂଜା ଅବସରରେ ଅନନ୍ୟା ପ୍ରଡ଼କସନ ର ଦ୍ଵିତୀୟ ଅବଦାନ ‘ଅପରାହ୍ନର ସୂର୍ଯ୍ୟ’ ଭୁବନେଶ୍ୱର ସ୍ଥିତ ସ୍ତୁତି ପ୍ରେକ୍ଷାଳୟ ରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରର ନିର୍ମାତା ତଥା ନିର୍ଦ୍ଦେଶକ ଅଜୟ କୁମାର ମହାନ୍ତି ଥିବାବେଳେ ବଳିଷ୍ଠ ନିର୍ଦ୍ଦେଶନାରେ ବିମୁଗ୍ଧ ହୋଇଛନ୍ତି ସିନେ ଦର୍ଶକ। ଓଡିଶାରୁ ସମ୍ପୂର୍ଣ୍ଣ ଭାବରେ ଲୋପ ପାଇଥିବା ମୁଣ୍ଡପୋତା କେଳାଙ୍କ ଜୀବନ ଶୈଳୀକୁ ଅତି ଚମତ୍କାର ଭାବରେ ଉପସ୍ଥାପନ କରିଛନ୍ତି। ତିନି ପିଢୀର କାହାଣୀ ଚଳଚ୍ଚିତ୍ରରେ ବହୁତ ଜଣାଶୁଣା ଅଭିନେତା ତଥା ଅଭିନେତ୍ରୀମାନେ ସୁନ୍ଦର ତଥା ବାସ୍ତବ ଅଭିନୟ ସମସ୍ତ ଦର୍ଶକଙ୍କୁ ମୁଗ୍ଧ କରିଛନ୍ତି।

ପ୍ରଥମ ଥର ପାଇଁ ଦର୍ଶକ ମୁଣ୍ଡପୋତା କେଳା ଭଳି ଏକ ମୌଳିକ ତଥା ନିଆରା ବିଷୟକୁ ବଡ଼ ପରଦାରେ ଦେଖିବାକୁ ପାଇଛନ୍ତି। ନିଜେ ନିର୍ମାତା, ନିର୍ଦ୍ଦେଶକ ଏହାର ଚିତ୍ରନାଟ୍ୟ ଓ କାହାଣୀ ପ୍ରସ୍ତୁତ କରିଛନ୍ତି। ମହେନ୍ଦ୍ର ଆଚାର୍ଯ୍ୟ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଓ ଅଜିତ ଦାସ ଚିତ୍ରତ୍ତୋଳନ ଦାୟିତ୍ୱ ରେ ଅଛନ୍ତି । ଏଥିରେ ଜୟା ସ୍ୱାମୀ, ପ୍ରମୋଦ ରାଉତ, କଳିଙ୍ଗ ଦାସ, ମୁନମୁନ ଖୁଣ୍ଟିଆ, ସୁସନ୍ଧ୍ୟା, ଜାନକୀ ନାଥ ମିଶ୍ର, ଅଜୟ ମହାନ୍ତି, ରାହୁଲ ବିନ୍ଧାଣୀ ପ୍ରମୁଖ ଅଭିନୟ କରିଛନ୍ତି । ଦର୍ଶକମାନେ ଅପରାହ୍ନର ସୂର୍ଯ୍ୟ ଚଳଚ୍ଚିତ୍ର କୁ ଆଜି ପ୍ରେକ୍ଷାଳୟ ରେ ଭରପୁର ଉପଭୋଗ କରିଛନ୍ତି। ଏହି ଚଳଚ୍ଚିତ୍ର ରୁ ଦର୍ଶକ ମନୋରଞ୍ଜନ ସହିତ ଅନେକ ଶିକ୍ଷା ପାଇବେ ବୋଲି ନିର୍ମାତା ମତ ଦେଇଥିଲେ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories