www.samajalive.in
Friday, December 12, 2025
17.1 C
Bhubaneswar

ଏନଏଲସି ଖଣି କ୍ଷତିଗ୍ରସ୍ତ ବିସ୍ଥାପିତଙ୍କ ପକ୍ଷରୁ ୬ଦଫା ଦାବୀ ପୂରଣ ପାଇଁ ଦାବୀପତ୍ର ପ୍ରଦାନ 

ରେଙ୍ଗାଲି:ସମ୍ବଲପୁର ଜିଲ୍ଲାର ଖିଣ୍ଡା ପଞ୍ଚାୟତରେ ପ୍ରତିଷ୍ଠିତ କେନ୍ଦ୍ର ସରକାରଙ୍କ ନବରତ୍ନ ଗ୍ରୁପର ଏନଏଲସି କୋଇଲା ଖଣି ଯୋଗୁଁ ବିସ୍ଥାପିତ/କ୍ଷତିଗ୍ରସ୍ତ ଓ ପ୍ରଭାବିତ ପରିବାରଙ୍କ ବିଭିନ୍ନ ସମସ୍ୟାରର ସମାଧାନ ହେଉ ନଥିବାରୁ ଆଜି ସଂପୃକ୍ତ ଅଞ୍ଚଳବାସୀଙ୍କ ପକ୍ଷରୁ ବିଭିନ୍ନ ସମସ୍ୟା ସମ୍ବଳିତ ୬ଦଫା ଦାବୀ ପୂରଣ ପାଇଁ ରେଙ୍ଗାଲି ତହସିଲଦାରଙ୍କ ଜରିଆରେ ଜିଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି। ଦାବୀପତ୍ରରେ ଖିଣ୍ଡା ସରପଞ୍ଚ ସନ୍ଧ୍ୟାରାଣୀ ପଧାନ ଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ତଥା ଶତାଧିକ ପରିବାର ସଦସ୍ୟଙ୍କ ସ୍ବାକ୍ଷର ରହିଛି।
ଜନସାଧାରଣଙ୍କ ଅଭିଯୋଗରୁ ପ୍ରକାଶ ଯେ ଗତ ୫ ବର୍ଷ ହେଲା ଖିଣ୍ଡାରେ ପ୍ରତିଷ୍ଠିତ ଏନଏଲସି କୋଇଲା ଖଣି ପାଇଁ ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲାର ୪୭୬୫ ଏକର ଜମି ଅଧିଗ୍ରହଣ କରାଯାଇଛି।ସେଥିମଧ୍ୟରୁ ସମ୍ବଲପୁର ଜିଲାର ୩୩%ଏବଂ ଝାରସୁଗୁଡା ଜିଲାର ୬୭% ଜମି ଅଧିଗ୍ରହଣ କରାଯାଇଛି। କିନ୍ତୁ ପରିତାପର ବିଷୟ ଯେ ଏପର୍ଯ୍ୟନ୍ତ ଖଣି ବିସ୍ଥାପିତ ଓ ଜମିହରା ପରିବାରଙ୍କ ସମସ୍ୟା ର ସମାଧାନ ହୋଇନାହିଁ। ଅସଂଖ୍ୟ ଥର ଦାବୀପତ୍ର ଦିଆଯାଇଥିଲେ ମଧ୍ଯ କୌଣସି ସୁଫଳ ମିଳୁ ନାହିଁ। ଏହି ପରିପ୍ରେକ୍ଷୀ ରେ ବିସ୍ଥାପିତ ପରିବାର ର ଦାବୀ ପୂରଣ କରା ନଗଲେ ଆସନ୍ତା ୨୦ ତାରିଖରୁ ଆନ୍ଦୋଳନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ଯ ରେ ଆଜି ଦାବୀପତ୍ର ପ୍ରଦାନ କରାଯାଇଛି। ଦାବିଗୁଡିକ ହେଲା କ୍ଷତିଗ୍ରସ୍ତ ପରିବାର କୁ ୩୫ଶହ ଟଙ୍କା ଓ ପ୍ରତି ୨ବର୍ଷ ରେ ୫ଶହ ଟଙ୍କା ବୃଦ୍ଧି କରାଯାଇ ଏନୟୁଟି ଦିଆଯାଉ।
ଏହା  ୨୦୧୯ ମସିହାରୁ ସମସ୍ତ ପରିବାର କୁ ଦିଆଯାଉ।  ୧୯୫୭ ମସିହା ରେ ହୀରାକୁଦ ନଦୀବନ୍ଧ ଯୋଜନା ରେ ବିସ୍ଥାପିତ ହୋଇ ଅନେକ ପରିବାର ଖିଣ୍ଡା ଅଞ୍ଚଳ ରେ ସରକାରୀ ଜମି ରେ ବସତି ସ୍ଥାପନ କରି ରହିଛନ୍ତି। ଉକ୍ତ ଜମି କୋଇଲା ଖଣି ପାଇଁ ଅଧିଗ୍ରହଣ କରାଯାଇଛି। ୨୦୦୬ ମସିହା ରେ ହୀରାକୁଦ ବିସ୍ଥାପିତ ପରିବାରବର୍ଗ ଙ୍କୁ ଘରଡିହ ପଟ୍ଟା ଦେବାକୁ ତହସିଲଦାର ନୋଟିସ ଜାରି କରିଥିଲେ। କିନ୍ତୁ ଖଣି ପାଇଁ ଜମି ଅଧିଗ୍ରହଣ ହେବାରୁ ଜମି ପଟ୍ଟା ଦିଆଗଲା ନାହିଁ।ଏଣୁ ହୀରାକୁଦ ବିସ୍ଥାପିତ ପରିବାରବର୍ଗ ପୁଣି ଥରେ ଖଣି ଯୋଗୁଁ ବିସ୍ଥାପିତ ହେଉଥିବାରୁ ଘର ଓ ଜମି ର ୨ଗୁଣ କ୍ଷତିପୂରଣ ଦିଆଯାଉ ଏବଂ ସଂପୃକ୍ତ ପରିବାର ବର୍ଗଙ୍କୁ ୧ନମ୍ବର ବିସ୍ଥାପନ କେଟାଗୋରି ରେ ରଖାଯାଉ।ବିସ୍ଥାପିତ ପରିବାର ର ଶିକ୍ଷିତ ବେକାର ଯୁବକ ଙ୍କୁ ଏନ୍ ଏଲ୍ ସି,ଅଦାନୀ ଭଲି କମ୍ପାନୀ ରେ ସିଧାସଳଖ ନିଯୁକ୍ତି ଦେବା। ଏନ୍ ଏଲ୍ ସି ଖଣି ରେ ସ୍ଥାନିୟ ଯୁବକ ମାନଙ୍କୁ ଠିକା ସଂସ୍ଥା ରେ ନିଯୁକ୍ତି ଦେଇ ଶୋଷଣ କରାଯାଉଛି। ସେମାନଙ୍କୁ ଏଚ୍.ପି.ସି ହାର ରେ ଦରମା ଦିଆଯାଉ ।
ଗତ ୫ବର୍ଷ ହେଲା ଖଣି ରୁ ଉତ୍ପାଦନ ହେଲାଣି। କିନ୍ତୁ ପାରିପାର୍ଶ୍ଵିକ ଉନ୍ନୟନ ଆଦୌ ସନ୍ତୋଷ ଜନକ ନୁହେଁ। ୧୦ ନମ୍ବର ରାଜ୍ୟରାଜପଥ ରୁ ବାବୁଖିଣ୍ଡା ରାସ୍ତା ରେ ଷ୍ଟ୍ରିଟ ଲାଇଟ୍ ଏବଂ ଧୁବେନଛାପଲ ରେ ଲାଗିଥିବା ହାଇମାକ୍ସ ଲାଇଟ୍ ର ଅବସ୍ଥା ଦେଖିଲେ ତାହା ସହଜେ ଅନୁମାନ କରାଯାଇ ପାରିବ।ଏଣୁ ସରପଞ୍ଚ ଏବଂ ସ୍ଥାନିୟ ଜନସାଧାରଣ ଙ୍କ ଦାବୀ ଅନୁସାରେ ପାରିପାର୍ଶ୍ଵିକ ଉନ୍ନୟନ ତଥା ସିଏସଆର କାମ ନିର୍ଦ୍ଧିଷ୍ଟ ସମୟସୀମା ଭିତରେ ସମ୍ପନ୍ନ କରାଯିବା ଆଦି ଦାବୀ ପୂରଣ କରାଯିବାକୁ ଦାବୀପତ୍ର ରେ ଉଲ୍ଲେଖ କରାଯାଇଛି।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories