www.samajalive.in
Sunday, December 14, 2025
26.1 C
Bhubaneswar

ବହିଷ୍କୃତ ଗୃହରକ୍ଷୀଙ୍କୁ ପୁନର୍ବାର ଶାରୀରିକ ପରୀକ୍ଷା ଦେବାକୁ ଏସପିଙ୍କ ନିର୍ଦେଶ, ବିରୋଧ କଲା ମହାସଂଘ

ଭୁବନେଶ୍ୱର : ରାଜ୍ୟରେ ୨୨୯୮ ଗୃହରକ୍ଷୀ ପଦବୀ ପୂରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ୧୭, ୬୭୫ ଗୃହରକ୍ଷୀ ପଦବୀ ରହିଥିବା ବେଳେ ବର୍ତ୍ତମାନ ୧୬, ୧୦୦ ଗୃହରକ୍ଷୀ କାର୍ଯ୍ୟ କରୁଛନ୍ତି। ଅବଶିଷ୍ଟ ୧୫୭୫ ପଦବୀ ଖାଲି ପଡ଼ିଛି। ଉକ୍ତ ପଦବୀ ବ୍ୟତୀତ ଅଧିକ ୭୨୩ ପଦବୀ ପୂରଣ କରାଯବା ପାଇଁ ସରକାରଙ୍କ ନିଷ୍ପତ୍ତି ସ୍ୱାଗତଯୋଗ୍ୟ ବୋଲି ନିଖିଳ ଓଡ଼ିଶା ରାଜ୍ୟ ଗୃହରକ୍ଷୀ ମହାସଂଘ କହିଛି।

ସଂଘ ପକ୍ଷରୁ ଏକ ପ୍ରେସ୍ ବିବୃତ୍ତିରେ କୁହାଯାଇଛି ଯେ, ବିଗତ ଦିନମାନଙ୍କରେ ଗୃହରକ୍ଷୀମାନଙ୍କୁ ଅନ୍ୟାୟ ଭାବେ ବହିଷ୍କୃତ କରଯାଇଛି। ବିଶେଷକରି ୨୦୧୩ ମସିହରେ ରିଭ୍ୟୁ ଆଇନରେ ଅନେକ ଗୃହରକ୍ଷୀଙ୍କୁ ଜୋର ଜବରଦସ୍ତ କାର୍ଯ୍ୟରୁ ନିବୃତ୍ତ ରଖାଯାଇଅଛି। ପରବର୍ତ୍ତୀ ସମୟରେ ୨୦୨୦ ମସିହାରେ ଗୃହରକ୍ଷୀ ଉଚ୍ଛେଦ ପ୍ରକ୍ରିୟା ସରକାର ଜାରି କରିଥିଲେ। ବର୍ତ୍ତମାନ ସରକାର ଏହି ପ୍ରକ୍ରିୟାରେ ପରିବର୍ତ୍ତନ ଆଣି ରାଜ୍ୟର ଗୃହରକ୍ଷୀ ପଦବୀ ପୂରଣ ପାଇଁ ନିଷ୍ପତ୍ତି ନେଇଛନ୍ତି। ଉକ୍ତ ନିଷ୍ପତ୍ତିକୁ ଆଧାର କରି ରାୟଗଡ଼଼ା ଏସ୍.ପିଙ୍କୁ ବହିଷ୍କୃତ ଗୃହରକ୍ଷୀମାନେ ସାକ୍ଷାତ୍ କରିବା ପରେ ସେହି ଜିଲାର ଏସପି ପୁନର୍ବାର ଶାରୀରିକ ପରୀକ୍ଷା ଦେବା ପାଇଁ ପରାମର୍ଶ ଦେଇଥିଲେ।

- Advertisement -

ଏଭଳି ଭିତ୍ତିହୀନ ମନ୍ତବ୍ୟକୁ ବିରୋଧ କରାଯାଇ ରାଜ୍ୟ ଗୃହରକ୍ଷୀ ମହାସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଦୀର୍ଘଦିନ କାର୍ଯ୍ୟରେ ନିୟୋଜିତ ଥିବା ଗୃହରକ୍ଷୀ ମାନେ ଯଦି ପୁନର୍ବାର ଶରୀରିକ ପରୀକ୍ଷା ଦେବେ, ତେବେ ରାଜ୍ୟରେ କମାଣ୍ଡାଣ୍ଟମାନେ ପୁନର୍ବାର ପ୍ରଶିକ୍ଷଣ କରି ଚାକିରିରୁ ବହିଷ୍କାର ହେବାର ସମ୍ଭାବନା ରହିଛି। ସାମ୍ବିଧାନିକ ଆଇନ ବ୍ୟବସ୍ଥା ସମସ୍ତଙ୍କ ପାଇଁ ସମାନ ଥିବାବେଳେ ରାୟଗଡ଼଼ା ଏସପିଙ୍କର ଏଭଳି ମନ୍ତବ୍ୟ ସମ୍ପୂର୍ଣ୍ଣ ଅସାମ୍ବିଧାନିକ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି। ରାୟଗଡ଼଼ା ଏସପିଙ୍କ ଏଭଳି ଆଚରଣ ଓ ନିର୍ଦ୍ଦେଶନାମା ଉଚ୍ଚ ନ୍ୟାୟାଳୟଙ୍କ ରାୟର ବିରୁଦ୍ଧାଚରଣ କରୁଛି। ଏହା ଅଦାଲତ ଅବମାନନା ବୋଲି ସ୍ୱୀକାର କରୁଛି। ରାଜ୍ୟ ସରକାର ଗୃହରକ୍ଷୀ ନିଯୁକ୍ତି ପ୍ରକ୍ରିୟା ପାଇଁ ସମ୍ବେଦନଶୀଳ ମନୋଭାବ ରଖି ପୁନଃ ବିଚାର କରିବା ଆବଶ୍ୟକତା ରହିଛି ବୋଲି ରାଜ୍ୟ ସଭାପତି ଉପେନ୍ଦ୍ର ମହାପାତ୍ର ଗଣମାଧ୍ୟମ ଜରିଆରେ ସରକାରଙ୍କୁ ଜଣାଇଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories