www.samajalive.in
Monday, December 8, 2025
13.1 C
Bhubaneswar

ସୀମାନ୍ତରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ, ଓଡ଼ିଆ ଭାଷା ଅସୁରକ୍ଷିତ

ପଟାଙ୍ଗି: ଆନ୍ଧ୍ର ଓଡ଼ିଶା ସୀମାନ୍ତ ଗାଁରେ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ବିଦ୍ୟାଳୟ କୋଠା ନିର୍ମାଣ ସହ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ଦେଇଥିଲେ ମଧ୍ୟ ଜିଲା ଶିକ୍ଷା ପ୍ରଶାସନର ଅପାରଗତା ତଥା ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁଁ ବିଦ୍ୟାଳୟକୁ ଶିକ୍ଷକ ମାସକୁ ଥରେ କି ଦୁଇଥର ପରିଦର୍ଶନ କରି ଫେରିଯାଉଛନ୍ତି। ଫଳରେ ସ୍ବାଧୀନତାର ଦୀର୍ଘ ୭୭ ବର୍ଷ ପରେ ମଧ୍ୟ ସୀମାନ୍ତ ଗାଁର ପିଲା ଓଡ଼ିଆ ଲେଖିପାରୁ ନାହାନ୍ତି କି କହିପାରୁନାହାନ୍ତି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ପଟାଙ୍ଗି ବ୍ଳକ ଅନ୍ତର୍ଗତ ତଳଗଲୁର ପଞ୍ଚାୟତର ବାଙ୍ଗାରଗୁଡି ପ୍ରାଥମିକ ବିଦ୍ୟାଳୟ କ୍ଷେତ୍ରରେ।

ଏହି ଗ୍ରାମରେ ୩୫ ପରିବାର ବସବାସ କରନ୍ତି। ବିଦ୍ୟାଳୟରେ ୨୬ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବାବେଳେ ଦୁଇ ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି। ଶିକ୍ଷକମାନେ ମାସକୁ ଥରେ କିମ୍ବା ଦୁଇଥର ଆସନ୍ତି। କେବେ ଆସିଲେ ପିଲାଙ୍କୁ ବିସ୍କୁଟ କିମ୍ବା ଚକୋଲେଟଟିଏ ଦେଇ ଚାଲିଯାଆନ୍ତି। ପାଠପଢାନ୍ତି ନାହିଁ। ଏଣୁ ପିଲାମାନେ ଓଡ଼ିଆରେ କହି ପାରନ୍ତି ନାହିଁ କି ଲେଖି ପାରନ୍ତି ନାହିଁ। ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ, ପୂର୍ବତନ ସରପଞ୍ଚ ବଳଦାବୋଇପତି, ସମିତି ସଭ୍ୟ ରାମ ମାରି। ଏଭଳି ଅବ୍ୟବସ୍ଥା ଯୋଗୁଁ ପିଲାଙ୍କ ଭବିଷ୍ୟତକୁ ନଜରରେ ରଖି ସେମାନେ ଉପାୟଶୂନ୍ୟ ହୋଇ ଆନ୍ଧ୍ର ବିଦ୍ୟାଳୟ ଉପରେ ନିର୍ଭର କରିଥାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାର ସମସ୍ତ ସୁବିଧା ଯୋଗାଇବା ସତ୍ୱେ ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳବାସୀ ଶିକ୍ଷାରୁ ବଞ୍ଚିତ ହେବା ଜିଲା ଶିକ୍ଷା ପ୍ରଶାସନର ଅପାରଗତା ବୋଲି ସାଧାରଣରେ ଅଭିଯୋଗ ହେଉଛି। କୋରାପୁଟ ଜିଲାର ଆନ୍ଧ୍ର ଓଡ଼ିଶା ସୀମାନ୍ତ ପଟାଙ୍ଗି ବ୍ଳକ ଅଧୀନରେ ଥିବା ୧୪ ଗୋଟି ପଞ୍ଚାୟତ ମଧ୍ୟରୁ ୮ ଗୋଟି ପଞ୍ଚାୟତ ଆନ୍ଧ୍ର ସୀମାନ୍ତକୁ ସିଧାସଳଖ ଭାବେ ସ୍ପର୍ଶ କରୁଛି। ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ପଞ୍ଚାୟତର ଗ୍ରାମ ପୁଞ୍ଜରେ ବିଦ୍ୟାଳୟ ସ୍ଥାପନ ସହ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ସହ ଆନୁସାଙ୍ଗିକ ବ୍ୟବସ୍ଥା କରିଛନ୍ତି। ଶିକ୍ଷକ ଶିକ୍ଷୟିତ୍ରୀ ନିୟମିତ ଭାବେ ନିଜର ଦରମା ନେଉଥିବାବେଳେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଦର୍ଶାଇ ମଧ୍ୟାହ୍ନ ଭୋଜନ ପାଇଁ ଚାଉଳ ଅଣ୍ଡା ଡାଲି ପନିପରିବା ପାଇଁ ଅର୍ଥ ଉଠାଇ ନେଉଥିବା ଅଭିଯୋଗ ହୋଇଛି। ଜିଲାପାଳ ଭି କିର୍ତ୍ତୀଭାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିବା ସହ ଓଡ଼ିଆ ଅସ୍ମିତାକୁ ବଜାୟ ରଖିବାପାଇଁ ରାଜ୍ୟ ଶିକ୍ଷା ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ମଧ୍ୟ ସାଧାରଣରେ ଦାବି ହେଉଛି।

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories