www.samajalive.in
Thursday, December 11, 2025
18.1 C
Bhubaneswar

ଆସିଲା ବଜାଜ ଚେତକ ନୂଆ ମଡେଲ, ମିଳିବ ଅଧିକ ରେଞ୍ଜ

ନୂଆଦିଲ୍ଲୀ : ବଜାଜ ନିଜ ଚେତକ ଇଲେକ୍ଟ୍ରିକ୍ ସ୍କୁଟରର ରେଞ୍ଜ ବଢାଇ ଚେତକ ବ୍ଲୁ ୩୨୦୨ ଲଞ୍ଚ୍ କରିଦେଇଛି । ଏହି ଇଲେକ୍ଟ୍ରିକ୍ ସ୍କୁଟରର ଏକ୍ସ-ଶୋରୁମ୍ ଦାମ୍ ୧.୧୫ ଲକ୍ଷ ଟଙ୍କା ନିର୍ଦ୍ଧାରିତ କରାଯାଇଛି । ବ୍ଲୁ ୩୨୦୨ ନୂଆ ନାଁ ଅର୍ବନ ଭେରିଏଣ୍ଟ । ଏଥିରେ ନୂଆ ସେଲ୍ ଲଗାଯାଇଛି ଯାହା ଅଧିକ ରେଞ୍ଜ ପ୍ରଦାନ କରିବ । ପୂର୍ବରୁ ଏଥିରେ ୧୨୬ କିଲୋମିଟର ଯାତ୍ରା କରିହେଉଥିଲା, କିନ୍ତୁ ଏଣିକି ଏହା ୧୩୭କୁ ବୃଦ୍ଧି ହୋଇଛି । ଚେତକର ପ୍ରଥମ ଅର୍ବନ ଭେରିଏଣ୍ଟର ଦାମ୍ ୧.୨୩ ଲକ୍ଷ ଟଙ୍କା ଥିଲା । ଅର୍ଥାତ୍ ଏହା ଏବେ ପ୍ରାୟ ୮ ହଜାର ଟଙ୍କା ଶସ୍ତା ହୋଇଯାଇଛି ।

ଚେତକ ବ୍ଲୁ ୩୨୦୨ର ଚାର୍ଜିଂ ୫ ଘଣ୍ଟା ୫୦ ମିନିଟରେ ସମ୍ପୂର୍ଣ୍ଣ ହୋଇଯିବ । ଏଥିରେ ଏଲସିଡି ଡିସପ୍ଲେ ମିଳିବ । ଗାଡିର ସର୍ବାଧିକ ସ୍ପିଡ୍ ୭୩ କିଲୋମିଟର ପ୍ରତି ଘଣ୍ଟା ରହିବ । ଏଥିରେ ବ୍ଲୁଟୁଥ୍ କନେକ୍ଟିଭିଟି, ହିଲ ହୋଲ୍ଡ ଏବଂ ରିଭର୍ସ ମୋଡ୍ ମଧ୍ୟ ସାମିଲ । ୪ ବିକଳ୍ପ ରଙ୍ଗ ଯଥା ବ୍ଲୁ, ଧଳା, କଳା ଏବଂ ଧୂସର ରଙ୍ଗରେ ଏହାକୁ ଗ୍ରାହକ କିଣିପାରିବେ ।

- Advertisement -

ବଜାଜ ଅଟୋ ଗତ ମାସରେ ନିଜ ଇଲେକ୍ଟ୍ରିକ୍ ଦୁଇଚକିଆ ପୋର୍ଟଫୋଲିଓରେ ସାମିଲ ଚେତକ ଇଲେକ୍ଟ୍ରିକ୍ ସ୍କୁରର ନୂଆ ଏଡିଶନ ଲଞ୍ଚ୍ କରିଥିଲା । କମ୍ପାନୀ ଏହାକୁ ଚେତକ ୩୨୦୧ ନାଁ ଦେଇଛି । ଏହାର ଏକ୍ସ ଶୋରୁମ୍ ଦାମ୍ ୧.୩୦ ଲକ୍ଷ ଟଙ୍କା ରଖିଛି କମ୍ପାନୀ ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories