www.samajalive.in
Wednesday, December 10, 2025
14.1 C
Bhubaneswar

ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ନିମନ୍ତେ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ତାଲିମର ଶୁଭାରମ୍ଭ

ଭୁବନେଶ୍ୱର: ମିଶନ ଶକ୍ତି ବିଭାଗ ଏବଂ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ନିମନ୍ତେ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ତାଲିମର ଶୁଭାରମ୍ଭ ହୋଇଯାଇଛି।
ମିଶନ ଶକ୍ତି ଭବନଠାରେ ମିଶନ ଶକ୍ତି ବିଭାଗର ଅତିରିକ୍ତ ସଚିବ ଶ୍ରୀମତୀ ସୁମିତ୍ରା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତିର ଜିଲ୍ଲା ଓ ବ୍ଲକ ସ୍ତରର କ୍ଷେତ୍ରୀୟ ଅଧିକାରୀମାନଙ୍କୁ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ତାଲିମ ଦିଆଯାଇଛି । ତାଲିମ ପାଇବା ପରେ ଏହି ଅଧିକାରୀମାନେ ସ୍ୱୟଂ ସହାୟକ ଗୋଷ୍ଠୀ ତଥା ବ୍ଲକସ୍ତରୀୟ ମହାସଂଘରୁ ମନୋନୀତ ସଦସ୍ୟାଙ୍କୁ ତାଲିମ ଦେବେ।

ଏହି କର୍ମଶାଳାରେ ଶ୍ରୀମତୀ ସୁମିତ୍ରା ପଟ୍ଟନାୟକ ବିପର୍ଯ୍ୟୟର ମୁକାବିଲା ତଥା ସଫଳତାର ସହ ପରିଚାଳନା ପାଇଁ ମହିଳାମାନଙ୍କୁ ଜ୍ଞାନ ଏବଂ କୌଶଳ ଯୋଗାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ପଦକ୍ଷେପର ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ମିଶନ ଶକ୍ତି ବିଭାଗ ମିଳିତ ଭାବରେ ଏହି ତାଲିମ କାର୍ଯ୍ୟକ୍ରମକୁ ଓଡିଶାର ୧୪ଟି ବାତ୍ୟା ପ୍ରଭାବିତ ଜିଲ୍ଲାରେ କାର୍ଯ୍ୟକ୍ଷମ କରିବେ।

- Advertisement -

ଏହି କାର୍ଯ୍ୟକ୍ରମରେ ଗ୍ରାମପଞ୍ଚାୟତ ୱାର୍ଡ ସ୍ତରରେ ୧.୮୧ ଲକ୍ଷ ଏସ୍‌.ଏଚ୍‌.ଜି ସଦସ୍ୟାଙ୍କୁ ଅନ୍ତର୍ଭୁକ୍ତ କରାଯିବ। ପ୍ରଥମେ ୭୧୬ଜଣ ଏସ୍‌.ଏଚ୍‌.ଜି, ପଞ୍ଚାୟତ ସ୍ତରୀୟ ମହାସଂଘ ଏବଂ ବ୍ଲକସ୍ତରୀୟ ମହାସଂଘ ସଦସ୍ୟାମାନଙ୍କୁ ରାଜ୍ୟସ୍ତରରେ ପ୍ରଶିକ୍ଷକ ଭାବେ ତାଲିମ ଦିଆଯିବ। ଏହି ପ୍ରଶିକ୍ଷକମାନେ ସ୍ଥାନୀୟ ସ୍ତରରେ ମନୋନୀତ ଏସ୍‌.ଏଚ୍‌.ଜି ସଦସ୍ୟାମାନଙ୍କୁ ବିପର୍ଯ୍ୟୟ ପରିଚାଳନା ତାଲିମ ଦେବେ । ଏହି ତାଲିମକୁ ପ୍ରଶିକ୍ଷଣ ପରୀକ୍ଷକ ଭାବେ ୩୫୮ଜଣ ବ୍ଲକସ୍ତରୀୟ ଲିଡର ପରିଚାଳନା କରିବେ ଏବଂ ତୃଣମୂଳ ସ୍ତରରେ ପ୍ରଶିକ୍ଷଣର ପ୍ରଗତି ଏବଂ ପ୍ରଭାବକୁ ନିରୀକ୍ଷଣ କରିବେ । ଏହି ତାଲିମ କାର୍ଯ୍ୟକ୍ରମ ମହିଳାମାନଙ୍କୁ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତ କରିବା ସହ ସେମାନଙ୍କ ମନରେ ନେତୃତ୍ୱ ନେବାର ଭାବନା ସୃଷ୍ଟି କରିବ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରୁ ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ପ୍ରଶାସକ (ଡିପିସି), ଜିଲ୍ଲା ପ୍ରକଳ୍ପ ପ୍ରବନ୍ଧକ (ଡିପିଏମ୍‌), ବ୍ଲକ ପ୍ରକଳ୍ପ ପ୍ରଶାସକ (ବିପିସି), ଏବଂ ବ୍ଲକ ପ୍ରକଳ୍ପ ପ୍ରବନ୍ଧକ (ବିପିଏମ୍‌) ଯୋଗଦେଇ ଏହି ପଦକ୍ଷେପକୁ କିପରି କାର୍ଯ୍ୟକାରୀ କରାଯିବ ଏବଂ ପରିଚାଳନା କରିବେ ସେ ସମ୍ବନ୍ଧରେ ତାଲିମ ଗ୍ରହଣ କରିଥିଲେ। ମିଶନ ଶକ୍ତିର ଏହି କ୍ଷେତ୍ରୀୟ କାର୍ଯ୍ୟକର୍ତ୍ତାମାନେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ତାଲିମ ଦେବା ସହ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଜ୍ଞାନକୌଶଳକୁ ତୃଣମୂଳ ସ୍ତରରେ ପହଞ୍ଚାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବେ। ଶୁଭାରମ୍ଭ ଅବସରରେ ମିଶନ ଶକ୍ତି ବିଭାଗୀୟ ଅଧିକାରୀ ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ।

ମିଶନ ଶକ୍ତି ଓ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହଭାଗିତାରେ ଆୟୋଜିତ ଏହି ତାଲିମ ଏସ୍‌.ଏଚ୍‌.ଜି ସଦସ୍ୟାମାନଙ୍କର ବିପର୍ଯ୍ୟୟକୁ ସାମ୍ନା କରିବାର କ୍ଷମତା ବୃଦ୍ଧି କରିବା ସହ ଏକ ସୁରକ୍ଷିତ ଏବଂ ସଦା ପ୍ରସ୍ତୁତ ଓଡ଼ିଶାର ନିର୍ମାଣ ତଥା ସମାଜରେ ମହିଳାଙ୍କ ସଶକ୍ତିକରଣ ସହ ସେମାନଙ୍କ ନେତୃତ୍ୱ ନେବାର କ୍ଷମତାକୁ ବ୍ୟାପକ କରିବା ଦିଗରେ ସହଯୋଗୀ ହେବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories