www.samajalive.in
Saturday, December 6, 2025
16.1 C
Bhubaneswar

ଆସିଲା ‘ସେକ୍ଟର ୩୬’ ଟ୍ରେଲର; ଭୟଙ୍କର ଅବତାରରେ ବିକ୍ରାନ୍ତ ମେସୀ

ମୁମ୍ବାଇ: ବିକ୍ରାନ୍ତ ମେସୀଙ୍କ ଆଗାମୀ ଚଳଚ୍ଚିତ୍ର ‘ସେକ୍ଟର ୩୬’ର ଟ୍ରେଲର ଗୁରୁବାର ରିଲିଜ୍ ହୋଇଛି। ମ୍ୟାଡ୍‌ଡକ୍ ଫିଲ୍ମସ୍‌ ଦ୍ଵାରା ନିର୍ମିତ ଏହି ଚଳଚ୍ଚିତ୍ର ଚଳିତ ମାସରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ। ଫିଲ୍ମର ଟ୍ରେଲର ବେଶ୍ ଭୟଙ୍କର ହୋଇଛି। ପିଲାମାନଙ୍କୁ ଅପହରଣ ଓ ହତ୍ୟା ଘଟଣା ଉପରେ ଆଧାରିତ ଏହି ଫିଲ୍ମର ଟ୍ରେଲର ଦେଖି ଲୋମ ଟାଙ୍କୁରି ଉଠିବ। ବିକ୍ରାନ୍ତଙ୍କ ସହ ଏଥିରେ ଦୀପକ ଡୋବ୍ରିୟାଲ ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

ଟ୍ରେଲରକୁ ନେଟଫ୍ଲିକ୍ସ ଇଣ୍ଡିଆର ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଶେୟାର କରାଯାଇଛି। ଏହାସହ ଲେଖା ହୋଇଛି, ‘‘ବିକ୍ରାନ୍ତ ମେସୀ ଓ ଦୀପକ ଡୋବ୍ରିୟାଲ ବିଚଳିତ କରିବା ଭଳି ଏକ ସତ୍ୟର ଉନ୍ମୋଚନ କରିବା ପାଇଁ ମୂଷା-ବିଲେଇର ଦୌଡ଼ରେ… ସତ୍ୟ ଘଟଣା ଉପରେ ଆଧାରିତ ଏହି ଚଳଚ୍ଚିତ୍ର ସେପ୍ଟେମ୍ବର ୧୩ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ।’’ ପିଲ୍ମରେ ଦୀପକ ଡୋବ୍ରିୟାଲ ଜଣେ ପୁଲିସ ଅଧିକାରୀ ଭୂମିକାରେ ଅଭିନୟ କରିଥିବାବେଳେ ବିକ୍ରାନ୍ତ ଜଣେ ଧ୍ରୁତ ଅପହରଣକାରୀ ଚରିତ୍ରରେ ଅବତ୍ତୀର୍ଣ୍ଣ।

- Advertisement -

 

 

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories