www.samajalive.in
Sunday, December 7, 2025
23.1 C
Bhubaneswar

କଣ୍ଟାବାଞ୍ଜି ଏନଏସି ଛକ ନିକଟରେ ରେଲୱେ ଜମି ଜବରଦଖଲ ସମ୍ପୂର୍ଣ୍ଣ ଉଚ୍ଛେଦ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ସହରର ଏନଏସି ଛକ ନିକଟରୁ ରେଲୱେ ଷ୍ଟାଡିୟମ ଯିବା ରାସ୍ତାର ବାମ ପାର୍ଶ୍ଵରେ ବସବାସ କରୁଥିବା ପରିବାର ସହ ରାସ୍ତା ପାର୍ଶ୍ଵ ବିଭିନ୍ନ ଦୋକାନ ଗୃହକୁ ରେଳ ପ୍ରଶାସନ ତରଫରୁ ଉଚ୍ଛେଦ କରିବା ପାଇଁ ପୂର୍ବରୁ ନୋଟିସ ଜାରି କରା ଯାଇଥିଲା। ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁସାରେ ମଙ୍ଗଳବାର ପୂର୍ବାହ୍ନ ୧୦ଟା ସମୟରେ ମାଜିଷ୍ଟ୍ରେଟ,ପୁଲିସ ଫୋର୍ସ,ରେଲୱେ ଏବଂ ସ୍ଥାନୀୟ ପ୍ରଶାସନ ଅଧିକାରୀଙ୍କ ଉପସ୍ଥିତରେ ଏନଏସି ଛକ ନିକଟରୁ ଦ୍ଵିତୀୟ ପର୍ଯ୍ୟାୟ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି। ଜେସିବି ମେସିନ ସାହାଯ୍ୟରେ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇ ଥିଲା।
ସୂଚନାଯୋଗ୍ୟ ଯେ ରେଳ ବିଭାଗ ୨୭ ଜୁନରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଜନ ଆକ୍ରୋସ ପରେ ସ୍ଥାନୀୟ ବିଧାୟକ ଶ୍ରୀ ବାଗ ଘଟଣାସ୍ଥଳରେ ପହଂଚି ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ଉଚ୍ଛେଦ ପ୍ରକ୍ରିୟାକୁ ବନ୍ଦ କରିବା ପାଇଁ ଅନୁରୋଧ କରିବା ପରେ ବନ୍ଦ ରହିଥିଲା। ଦୁଇ ମାସ ପରେ ଏହି ଉଚ୍ଛେଦ ପ୍ରକ୍ରିୟା ସମ୍ପୂର୍ଣ୍ଣ କରୁଛି ରେଳ ବିଭାଗ । କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନଥିବା ବେଳେ ଘର ମାଲିକମାନେ ଆସବାବ ପତ୍ର ନିଜେ ନିଜେ ନେଇଛନ୍ତି।
ଏହି ଉଚ୍ଛେଦରେ ଏକଜୁକୁଟିଭ ମାଜିଷ୍ଟ୍ରେଟ ତହସିଲଦାର କଣ୍ଟାବାଞ୍ଜି ଅଞ୍ଜଳି ମାଝୀ, ଏକଜୁକୁଟିଭ ଅଫିସର କଣ୍ଟାବାଞ୍ଜି ମ୍ୟୁନିିସିପାଲଟି ଗିରିଜା ଶଙ୍କର ମଲିକ, ରେଳବାଇ ମଣ୍ଡଳ ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର, ଆଇ ଡବଲ୍ଲୁ ମନୋଜ କୁମାର ବେହେରା, ଥାନା ଭାରପ୍ରାପ୍ତ ଅଧିକାରୀ ରଶ୍ମିତା ବେହେରା, ଜିଆରପି ଫାଣ୍ଡି ଅଧିକାରୀ ମକାରୁ ସାହୁ, ଆରପିଏଫ ଓସି ସୁନୀଲ କୁମାରଙ୍କ ସହ ସମ୍ବଲପୁର, ଟିଟିଲାଗଡ଼, କଣ୍ଟାବାଞ୍ଜି ଆରପିଏଫ ଫୋର୍ସ ରାଉଲକେଲା ଏପିଆର ଫୋର୍ସ ସହ ପୁଲିସ ଅଧିକାରୀ ସାମିଲ ଥିଲେ ।

୬୫ ବର୍ଷ ବୟସରେ ଆଖି ବୁଜିଲା ‘ଖରସେଲ’

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories