www.samajalive.in
Saturday, December 6, 2025
16.1 C
Bhubaneswar

୪ ଏକର ଧାନ ଫସଲରେ ଘାସମରା ଔଷଧ ପକାଇଦେଲେ ଦୁର୍ବୃତ୍ତ, ଥାନାର ଦ୍ଵାରସ୍ଥ ମହିଳା ଚାଷୀ

ରେଙ୍ଗାଲିକ୍ୟାମ୍ପ: ୪ ଏକର ଧାନ ଫସଲରେ ଘାସମରା ଔଷଧ ପକାଇଦେଲେ ଦୁର୍ବୃତ୍ତ। ଯାହାଫଳରେ ଔଷଧ ପ୍ରଭାବରେ ଜଳିଯାଇଛି ଧାନ ଫସଲ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଅତାବିରା ଥାନା କୁଲୁଣ୍ଡା ଆନ୍ଦ୍ରପଡ଼ା ଗ୍ରାମରେ। ଧାନ ଫସଲ କରିଥିବା ମହିଳା ଚାଷୀ ଭେଣ୍ଟେ ପଲ୍ଲୀ ରତ୍ନକୁମାରୀ ବରଗଡ଼ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ ଜଣାଇବା ଓହିତ ଅତାବିରା ଥାନା ଦ୍ଵାରସ୍ଥ ହୋଇଛନ୍ତି।

ପୁଲିସ ଏହାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ସହିତ ପ୍ରଶାସନ ସହାୟତା ଯୋଗାଇଦେବାକୁ ରତ୍ନକୁମାରୀ ଦାବି କରିଛନ୍ତି। ନଚେତ ସେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନରେ ବସିବାକୁ ଚେତାବନୀ ଦେଇଛନ୍ତି। ପୂର୍ବରୁ ଦୀର୍ଘ ବର୍ଷ ହେଲା ଏହି ଜମିକୁ ନେଇ ମାମଲା ଚାଲିଛି। ଏହି କାରଣରୁ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ହଇରାଣ କରିବାକୁ ତାଙ୍କ ବିରୋଧୀ ଲୋକମାନେ ଫସଲ ନଷ୍ଟ କରିଥିବା ରତ୍ନକୁମାରୀ କହିଛନ୍ତି।  ଏ ବିଷୟରେ ରୁଷ୍ଟଡ଼ା ଫାଣ୍ଡି ଅଧିକାରୀ ପ୍ରମୋଦ କୁମାର ସାହୁଙ୍କୁ ପଚରାଯିବାରୁ ସେ କହିଥିଲେ, ଅଭିଯୋଗ ଆସିଲେ ତଦନ୍ତ କରାଯିବ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories