www.samajalive.in
Wednesday, December 10, 2025
23.1 C
Bhubaneswar

ପଡୋଶୀଙ୍କ ଆକ୍ରମଣ, ୩ ଆହତ

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆ ପଦର -ରାଳବ ରାସ୍ତାର ତ୍ରିପାଠୀ ନଗରରେ ରହୁଥିବା ଗୋଟିଏ ପରିବାରର ୩ ସଦସ୍ୟଙ୍କୁ ପଡୋଶୀ ପରିବାରର ସଦସ୍ୟମାନେ ସଂଘବଦ୍ଧ ଭାବରେ କ୍ରିକେଟ ବ୍ୟାଟ ଓ ପାଇପରେ ଆକ୍ରମଣ କରି ଲହୁ ଲୁହାଣ କରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଆକ୍ରମଣରେ ଆହତ ହୋଇଥିବା ବ୍ୟକ୍ତିମାନେ ହେଲେ ସୁନିଲ ପାଣିଗ୍ରାହୀ, ତାଙ୍କ ସ୍ତ୍ରୀ ତନୁଶ୍ରୀ ଦାସ ଓ ପୁଅ ବୈଭବ ପାଣିଗ୍ରାହୀ। ଅଭିଯୋଗ ଅନୁଯାୟୀ ସୁନିଲ ରବିବାର ରାତି ୯ ଟା  ବେଳେ ଦୋକାନରୁ ଘରକୁ ଫେରିଥିଲେ। ଘର ସମ୍ମୁଖରେ ଥିବାବେଳେ ପଡୋଶୀ ଅଶିତ ଓ ତାଙ୍କ ଭାଇ ଅଙ୍କିତ ପ୍ରମୁଖ ସୁନିଲକୁ ଗାଳିଗୁଲଜ କରିବା ସହ ହାତରେ କୋଡ଼ି, କ୍ରିକେଟ ବ୍ୟାଟ ଓ ପାଇପ ଧରି ଆକ୍ରମଣ କରିଥିଲେ।

ଏହା ଦେଖି ଘରେ ଥିବା ଅନିଲଙ୍କ ସ୍ତ୍ରୀ ଓ ପୁଅ ପହଞ୍ଚି ବିରୋଧ କରିବାରୁ ସେମାନଙ୍କୁ ମଧ୍ୟ ଉଭୟ ଆକ୍ରମଣ କରିଥିଲେ। ଏହା ସହ ଅଙ୍କିତଙ୍କ ମା ସବିତା ସାହୁ ମଧ୍ୟ ଆକ୍ରମଣ କରିଥିବା ନେଇ ସୁନିଲଙ୍କ ପୁତୁରା କୁମୁଦ ରଞ୍ଜନ ବର୍ମା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଆକ୍ରମଣ ପରେ ପରିବାର ପକ୍ଷରୁ ଆହତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ଚିକିତ୍ସା ନିମନ୍ତେ ନିଆଯାଇଥିବାବେଳେ ସମସ୍ତଙ୍କ ଚିକିତ୍ସା ଚାଲୁ ରହିଥିବା ଜଣାପଡିଛି। ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ଥାନାରେ ମାମଲା ରୁଜୁ କରି ଜଣକୁ ଅଟକ ରଖି ପଚରାଉଚରା ଜାରି ରଖିଥିବା ଆଇଆଇସି ବିବେକାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି ।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories