www.samajalive.in
Wednesday, December 10, 2025
23.1 C
Bhubaneswar

ଅଧ୍ୟାପକଙ୍କ ବିରୁଦ୍ଧରେ ଅସଦାଚରଣ ଅଭିଯୋଗ, ଛାତ୍ରୀଙ୍କୁ କରୁଥିଲେ ଅଶ୍ଲୀଳ ଇଙ୍ଗିତ

ଗୁଣପୁର : ପାଠ ପଢ଼ାଇବା ସମୟରେ ଅସଦାଚରଣ କରିଥିବା ଲିଖିତ ଅଭିଯୋଗ ଆଣିଛନ୍ତି କଲେଜ ଛାତ୍ରୀ । ରାୟଗଡା ଜିଲ୍ଲା ପଦ୍ମପୁର ଆରଜି ମହାବିଦ୍ୟାଳୟରୁ ଏଭଳି ଗୁରୁତର ଅଭିଯୋଗ ହୋଇଛି । ଶିକ୍ଷା ବର୍ଷ ଆରମ୍ଭରୁ ଜଣେ ଛାତ୍ରୀଙ୍କୁ ଅସଦାଚରଣ ନେଇ ପଦ୍ମପୁର ଥାନାରେ ମାମଲା ରୁଜୁ ହୋଇଛି। ଏନେଇ ପୁଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ ଗତ କିଛି ଦିନ ହେଲା ଆର୍ ଜି ମହାବିଦ୍ୟାଳୟର ଦ୍ବିତୀୟ ବର୍ଷ ବିଜ୍ଞାନ ଅଧ୍ୟାପକ ଜଣକ ପାଠ ପଢ଼ାଇବା ସମୟରେ ଛାତ୍ରୀଙ୍କୁ ଅସଦାଚରଣ କରୁଥିଲେ। ପାଠପଢା ସମୟରେ ଅଶ୍ଲୀଳ ଇଙ୍ଗିତ ସହ ଫୋନ୍ ନ କଲେ ପରୀକ୍ଷା ସମୟରେ ପ୍ରାକ୍ଟିକାଲରେ ମାର୍କ ମିଳିବନି ବୋଲି ଧମକଚମକ ଦେଇ ଛାତ୍ରୀଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ବାରମ୍ବାର ଏପରି ହେବାରୁ ଛାତ୍ରୀ ଜଣକ ମହାବିଦ୍ୟାଳୟ  ଅଧ୍ୟକ୍ଷ ସୁବାସ ଚନ୍ଦ୍ର ସାହୁଙ୍କୁ ଲିଖିତ ଅଭିଯୋଗ କରିଥିଲେ। ପରେ ଅଧ୍ୟକ୍ଷ ଥାନାରେ ଅଭିଯୋଗ କରିଥିଲେ। ଆଜି ଗୁଣୁପୁର ପୁଲିସ ଏସଡିପିଓ ବାବୁଲି ନାୟକ କଲେଜ ଆସି ସମସ୍ତଙ୍କୁ ଏସମ୍ପର୍କରେ ପଚାରି ବୁଝିଥିଲେ । ଏହାସହ ଅଭିଯୋଗ ଦେଇଥିବା ଛାତ୍ରୀଙ୍କ ବୟାନ ପଦ୍ମପୁର କୋର୍ଟରେ ରେକର୍ଡ କରାଯାଇଛି। ଅନ୍ୟପଟେ ସେହି ଅଧ୍ୟାପକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଉଚିତ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି ।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories