www.samajalive.in
Wednesday, December 10, 2025
23.1 C
Bhubaneswar

ବିଶ୍ଵବ୍ୟାଙ୍କ ପ୍ରତିନିଧିଙ୍କ ଉପମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ଓ ଆଲୋଚନା, ଓଡ଼ିଶାର ବଳଭଦ୍ର ଜୈବିକ କୃଷି ମିଶନକୁ ପ୍ରଶଂସା

ଭୁବନେଶ୍ୱର : ଆଜି ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ବିଶ୍ୱବ୍ୟାଙ୍କ ପ୍ରତିନିଧି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ସହ ଆଲୋଚନା କରିଛନ୍ତି।

ଆଲୋଚନାବେଳେ ସେ ଓଡ଼ିଶାର ଭୌଗୋଳିକ ସ୍ଥିତି, ଜଳବାୟୁ, ମୃତ୍ତିକା ସରଂକ୍ଷଣ ଓ ପରିବେଶ ଅନୁକୂଳ ଜୈବିକ ଚାଷକୁ ନେଇ ପ୍ରଶଂସା କରିଥିଲେ। ଏହାଛଡ଼ା ଆଲୋଚନା ବେଳେ ରିୱାର୍ଡ ଯୋଜନା ଅଧୀନରେ ଜଳାଶୟ ଖନନ ପ୍ରସଙ୍ଗରେ ମଧ୍ୟ ଓଡିଶାକୁ ପ୍ରଶଂସା କରିଥିଲେ। ବିଶ୍ଵବ୍ୟାଙ୍କ ବିଗତ ବର୍ଷ ମାନଙ୍କରେ ଓଡ଼ିଶାରେ କୃଷି କ୍ଷେତ୍ରକୁ ପ୍ରାଧାନ୍ୟ ଦେଇ ଆସିଛି ଏବଂ ଏହି ସହଭାଗିତା ଆଗକୁ ମଧ୍ୟ ଜାରି ରହିବ ।

- Advertisement -

ଓଡ଼ିଶାର ପାରମ୍ପରିକ ଚାଷ ପଦ୍ଧତି ଓ ବିହନ ସରଂକ୍ଷଣ ଆଗାମୀ ଦିନରେ କୃଷି କ୍ଷେତ୍ରକୁ ଆହୁରି ସଶକ୍ତ ତଥା ବିଶ୍ୱରେ ଅଗ୍ରଣୀ ଦେଶ ରୂପେ ପରିଚିତ କରାଇବ। ଅଧିକରୁ ଅଧିକ ମହିଳା କୃଷି କ୍ଷେତ୍ରରେ ନିଜର କ୍ୟାରିଅର ଗଢ଼ିବା ପାଇଁ ଆହ୍ଵାନ ଦେଇଥିଲେ।

ଆଲୋଚନାରେ ମୃତ୍ତିକା ସରଂକ୍ଷଣ ଓ ଉଦ୍ୟାନ କୃଷି ନିର୍ଦେଶକ ନିଖିଲ ପୱନ କଲ୍ୟାଣ, ବିଶ୍ଵବ୍ୟାଙ୍କ ପ୍ରତିନିଧି ପ୍ରୀତି କୁମାର, ଏସସି ରାଜଶେଖର, ଏମ୍ ଭେଙ୍କଟ ରମଣ, ମାନବିନ୍ଦର ଏମ୍ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories