ଫୁଲବାଣୀ:କନ୍ଧମାଳ ଜିଲା ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ କନ୍ଧମାଳ ତରଫରୁ ଏଜେଓ ସରକାରୀ ଉଚ୍ଚ ବିଦ୍ୟାଳୟ ଫୁଲବାଣୀ ଠାରେ ସଂସ୍କୃତ ଦିବସ ସମାରୋହ ପାଳିତ ହୋଇଛି । ସରକାରୀ ଏ ଜେ ଓ ଉଚ୍ଚ ବିଦ୍ୟାଳୟ ର ସଂସ୍କୃତ ଶିକ୍ଷକ ତଥା ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘର ଜିଲା ସଭାପତି ବ୍ରହ୍ମାନନ୍ଦ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଂସ୍କୃତ ଦିବସ ସମାରୋହରେ ପ୍ରଥମେ ଯଥା ଵିଧି ଧୂପ ଦୀପ ପ୍ରଜ୍ବଳନ ପୂର୍ବକ ପୂଜା ପାଠ ବେଦ ଉଚ୍ଚାରଣ କରା ଯାଇଥିଲା।
ମୁଖ୍ୟଅତିଥି ଭାବରେ ଦିଆ ଭଞ୍ଜ ଉଚ୍ଚ ବିଦ୍ୟାଳୟ ବାନ୍ଧଗଡ଼ର ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷକ ଦିନ ବନ୍ଧୁ ହୋତା ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେସମ୍ପାଦକ ତଥା କେରେଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟ ସଂସ୍କୃତ ଶିକ୍ଷକ ପ୍ରତାପ କୁମାର ପଣ୍ଡା,କୋଷାଧକ୍ଷ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନେଡିପଦର ସଂସ୍କୃତ ଶିକ୍ଷକ ଅଶୋକ କୁମାର ଷଡ଼ଙ୍ଗୀ, ଜିଲା ସଂଯୋଜକ ତଥା ବରାଳ ଦେବୀ ଉଚ୍ଚ ବିଦ୍ୟାଳୟ ବଲସ କୁମ୍ପା ସଂସ୍କୃତ ଶିକ୍ଷକ ପଞ୍ଚାନନ ବେହେରା ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମରେ କନ୍ଧମାଳ ଜିଲାର ୧୨ ଟି ବ୍ଲକ ରୁ ସମସ୍ତ ସଂସ୍କୃତ ଶିଖକ ସଂସ୍କୃତ ଦିବସ ସମାରୋହ ରେ ଯୋଗ ଦେଇଥିବା ବେଳେ ସଂସ୍କୃତ ଶିକ୍ଷକ କୁ କ୍ୟାଡର ରେ ଅନ୍ତର୍ଭୁକ୍ତ କରିବାକୁ ସରକାରଙ୍କୁ ଦାବୀ କରିବା ସହ ଭୋକେଶନାଲ ଶିକ୍ଷକଙ୍କୁ ହିନ୍ଦୀ ଓ ସଂସ୍କୃତ ଭାଷା ଶିକ୍ଷା ରୁ ବାଦ ଦେବାକୁ ଆଲୋଚନା କରାଯାଇ ସରକାରଙ୍କ ପାଖରେ ଦାବୀ ଉପସ୍ଥାପନ କରିବାକୁ ଆଲୋଚନା ହୋଇଥିଲା। ମୁଖ୍ୟ ଅତିଥି ସଂସ୍କୃତ ଭାଷାର ସେବା ଓ ସୁରକ୍ଷା ସହ କିଭଳି ଭାବରେ ପ୍ରଚାର ପ୍ରସାର ହୋଇ ପାରିବ ସେ ନେଇଁ ଆଲୋଚନା କରିଥିଲେ। ଅନ୍ୟ ଅତିଥି ମାନେ ମଧ୍ୟ ସଂସ୍କୃତ ଭାଷାକୁ ନେଇ ଆଲୋଚନା କରିଥିଲେ।
ବାଳିକା ଉଚ୍ଚ ବିଦ୍ୟାଳୟ ଜି.ଉଦୟଗିରିର ସଂସ୍କୃତ ଶିକ୍ଷକ ବେଦ ପାଠ ଉଚ୍ଚାରଣ କରିଥିବା ବେଳେ କାର୍ଯ୍ୟକ୍ରମ ଶେଷ ପୂର୍ବରୁ ଦିଆ ଭଞ୍ଜ ଉଚ୍ଚ ବିଦ୍ୟାଳୟ ବନ୍ଧଗଡ଼ ର ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷକ ଦିନ ବନ୍ଧୁ ହୋତା ଙ୍କୁ ଅବସର କାଳିନ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ କୁ ସଭାପତି ବ୍ରହ୍ମା ନନ୍ଦ ଦାସ ପରିଚାଳନା କରିଥିଲେ।
Comments are closed.