www.samajalive.in
Monday, December 8, 2025
13.1 C
Bhubaneswar

ଅଙ୍ଗନବାଡି କେନ୍ଦ୍ରରେ ୩୨ ଲକ୍ଷରୁ ଅଧିକ ଶିଶୁ ପଞ୍ଜିକୃତ

ଡେସ୍କ: ରାଜ୍ୟର ୩୦ଟି ଜିଲ୍ଲାରେ ଥିବା ୭୪ ହଜାର ୧୯୨ଟି ଅଙ୍ଗନବାଡି କେନ୍ଦ୍ରରେ ୬ ମାସରୁ ୬ବର୍ଷ ବୟସର ୩୨ ଲକ୍ଷ ୨୬ ହଜାର ୮୫୧ ଜଣ ଶିଶୁ ପଞ୍ଜିକୃତ ହୋଇଛନ୍ତି। ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ମହିଳା ଓ ଶିଶୁ ବିକାଶ ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ମନ୍ତ୍ରୀ କହିଛନ୍ତି ଯେ ପରିପୂରକ ପୁଷ୍ଟି ଯୋଜନାରେ ୬ ମାସରୁ ୬ ବର୍ଷର ସାଧାରଣ ଶିଶୁଙ୍କ ପାଇଁ ଦୈନିକ ୮ ଟଙ୍କା, ୬ ମାସରୁ ୬ ବର୍ଷ ଅତିଶୟ ପୁଷ୍ଟିହୀନ ଶିଶୁଙ୍କ ପାଇଁ ଦୈନିକ ୧୨ ଟଙ୍କା ଏବଂ ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ପାଇଁ ଦୈନିକ ୯ ଟଙ୍କା ୫୦ ପଇସା ପ୍ରଦାନ କରାଯାଉଛି।

ପରିପୂରକ ପୁଷ୍ଟି ଯେଜାନା ମାଧ୍ୟମରେ ଅଙ୍ଗନବାଡି କେନ୍ଦ୍ରରେ ପଞ୍ଜିକୃତ ସମସ୍ତ ଶିଶୁମାନଙ୍କୁ ପ୍ରତି ମାସରେ ୨୫ ଦିନ ହିସାବରେ ବର୍ଷକୁ ୩୦୦ ଦିନ ପାଇଁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି। ଏହି ଯୋଜନା ମାଧ୍ୟମରେ ୬ ମାସରୁ ୩ ବର୍ଷ ବୟସର ସାଧାରଣ ଶିଶୁଙ୍କୁ ଛତୁଆ, ଅଣ୍ଡା, ଲଡୁ, ଶୁଖିଲା ରାସନ ଆଦି ପ୍ରଦାନ କରାଯାଉଛି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories