www.samajalive.in
Thursday, December 11, 2025
16.1 C
Bhubaneswar

ବିଚାର ଅପେକ୍ଷାରେ ପଡି ରହିଛି ୨୦ ଲକ୍ଷରୁ ଅଧିକ ମାମଲା

ଡେସ୍କ: ଓଡିଶା ହାଇକୋର୍ଟ ଓ ଅନ୍ୟାନ୍ୟ ଅଦାଲତଗୁଡିକରେ ଏବେ ୨୦ ଲକ୍ଷ ୬୫ ହଜାର ୭୧୬ଟି ଦେୱାନୀ, ଫୌଜଦାରୀ ଓ ଅନ୍ୟାନ୍ୟ କିସମର ମାମଲା ବିଚାର ପାଇଁ ରହିଛି। ଶନିବାର ବିଧାନସଭାରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଆଇନ୍‍ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ।

ସେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଏନ୍‍ସିଆରବି ଓ ରାଜ୍ୟ ସରକାରଙ୍କ ଏନ୍‍ସିଆରବିର ତଥ୍ୟ ମୁତାବକ ୨୦୧୪ ମସିହାରେ ଅପରାଧିକ ମାମଲାର ଫଏସଲା ହାର ଶତ ପ୍ରତିଶତରୁ ଅଧିକ ରହିଥିବା ବେଳେ ଦୁର୍ନୀତି ମାମଲାର ଫଏସଲା ହାର ପାଖାପାଖି ୮୦% ରହିଥିଲା। ସେହି ବର୍ଷ ୩୫ ହଜାର ୭୦୩ଟି ଅପରାଧିକ ମାମଲାର ଫଏସଲା ହୋଇଛି। ସେହିଭଳି ୨୦୨୩ରେ ୪୩ ହଜାରରୁ ଅଧିକ ମାମଲା ଆସିଥିବା ବେଳେ ୪୫ହଜାରରୁ ଅଧିକ ମାମଲା ଫଏସଲା ହୋଇଛି। ଏହିବର୍ଷ ମାମଲା ହାର ୧୦୯%ରୁ ଅଧିକ ରହିଥିଲା। ଦୁର୍ନୀତି ମାମଲାର ଫଏସଲା ହାର ମଧ୍ୟ ୨୦୨୩ରେ ୭୦%ରୁ ଅଧିକ ରହିଥିବା ମନ୍ତ୍ରୀ କହିଥିଲେ।

Hot this week

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories