www.samajalive.in
Sunday, December 14, 2025
26.1 C
Bhubaneswar

ରୁଷରେ ବଡ ଅଘଟଣ; ଏମଆଇ-୮ଟି ହେଲିକପ୍ଟର ନିଖୋଜ, ଥିଲେ ୨୨ ଜଣ..

ନୂଆଦିଲ୍ଲୀ : ରୁଷରେ ଏକ ବଡ ଅଘଟଣ ଘଟିଥିବା ନେଇ ଶନିବାର ସାମ୍ନାକୁ ଆସିଛି। ରୁଷର ଏକ ହେଲିକପ୍ଟର କାମଚାତକାରେ ନିଖୋଜ ହୋଇଯାଇଛି। ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ଆଶଙ୍କା କରାଯାଉଛି। ଏମଆଇ-୮ଟି ହେଲିକପ୍ଟରରେ କ୍ରୁ ସଦସ୍ୟଙ୍କ ସମେତ ୨୨ ଜଣ ଥିଲେ।

ଭିଡିଓରେ ଦେଖନ୍ତୁ ; ସ୍କୁଟି ରଖି ଖାଇବା ପାଇଁ ଯାଇଥିଲେ ଆଳୁଚପ୍‌, ୫ ଲକ୍ଷର ଅଳଙ୍କାର ନେଇ ଚମ୍ପଟ ମାରିଲା ଚୋର..


ମିଳିଥିବା ସୂଚନାନୁଯାୟୀ, ରୁଷର ଏମଆଇ-୮ଟି ହେଲିକପ୍ଟର ଶନିବାର ରୁଷର ପୂର୍ବ ଅଞ୍ଚଳରେ ସ୍ଥିତ କାମଚାତକା ପେନିସୁଲାରୁ ଉଡାଣ ଭରିଥିଲା। ହେଲିକପ୍ଟରରେ କ୍ରୁ ସଦସ୍ୟଙ୍କ ସମେତ ୨୨ ଜଣ ଥିଲେ । ଗନ୍ତବ୍ୟସ୍ଥଳରେ ହେଲିକପ୍ଟର ନିଶ୍ଚିତ ହୋଇଥିବା ସମୟରେ ନ ପହଞ୍ଚିବାରୁ ଏହା ନିଖୋଜ ଥିବା ଜଣାପଡିବା ପରେ ତଲାସି ଅଭିଯାନ ଆରମ୍ଭ ହୋଇଛି।
ଏମଆଇ-୮ଟି ଏକ ଯୁଗ୍ମ ଇଞ୍ଜିନ୍‌ ହେଲିକପ୍ଟର, ଯାହା ୧୯୬୦ ମସିହାରେ ଡିଜାଇନ୍ ହୋଇଥିଲା। ରୁଷ ବ୍ୟତୀତ ଏହି ହେଲିକପ୍ଟରକୁ ଅନ୍ୟାନ୍ୟ ଦେଶ ମଧ୍ୟ ବ୍ୟବହାର କରନ୍ତି, କିନ୍ତୁ ଏହି ହେଲିକପ୍ଟର ଦୁର୍ଘଟଣା ହେବାର ଅନେକ ରେକର୍ଡ ରହିଛି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories