www.samajalive.in
Saturday, December 13, 2025
26.1 C
Bhubaneswar

ବର୍ଷା ପାଣିରେ ବୁଡିଲା ପୋଲ, ଯାତାୟତ ଠପ୍‌‌

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁଁ ବୁଡିଲା ପୋଲ। ୩୨୬ ନମ୍ବର ଜାତୀୟ ରାଜପଥରେ ଥିବା କାଙ୍ଗୁରୁକୁଣ୍ଡା ପୋଲ ଉପରେ ୨ଫୁଟର ପାଣି ଜମି ରହିଥିବାରୁ ରାସ୍ତାରେ ଅଟକି ରହିଛି ଆମ୍ବୁଲାନ୍ସ, ବସ୍, ଟ୍ରକ ଓ ବହୁ ଗାଡି। ମାଲାକାନଗିରିରୁ ମୋଟୁ ସମେତ ଦୁଇ ରାଜ୍ୟକୁ ଯୋଗାଯୋଗ ବିଚ୍ଛିନ୍ନ। ସୂଚନା ଅନୁସାରେ ଗତକାଲି ରାତିରେ ମାଲକାନଗିରି ଜିଲାରେ ଲଗାଣ ବର୍ଷା ଯୋଗୁଁଁ ୩୨୬ ନମ୍ବର ଜାତୀୟ ରାଜପଥ ଥିବା କାଙ୍ଗୁରୁକୁଣ୍ଡା ପୋଲ ଉପରେ ୨ରୁ୩ ଫୁଟ ଉଚ୍ଚରେ ପାଣି ପ୍ରଭାବିତ ହେଉଛି। ଅତ୍ୟାଧିକ ବର୍ଷା ଯୋଗୁଁଁ ମାଲାକାନଗିରିରୁ ମୋଟୁକୁ ସଂଯୋଗ କରୁଥୂବା ୩୨୬ ନମ୍ବର ଜାତୀୟ ରାଜପଥର କାଙ୍ଗୁରୁକୋଣ୍ଡା ପୋଲ ଉପରେ ବନ୍ୟା ପାଣି ପ୍ରବାହିତ ହେଉଥିିବା ଦେଖିବାକୁ ମିଳିଛି।
ଫଳରେ ଏହି ରାସ୍ତା ଦେଇ ଯାଉଥିବା ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। କାଙ୍ଗୁରୁକୋଣ୍ଡା , ଏମ୍ ଭି ୯୦ ନମ୍ବର ପୋଲ ଓ କନ୍ୟାଶ୍ରମ ପୋଲ ଉପରେ ପାଣି ଚାଲିଥିବା ବେଳେ , ପଟେରୁ ପୋଲ ଉପରେ ପାଣି ପ୍ରାବାହିତ ହବାର ସମ୍ଭାବନା ରହିଛି। କାଲିମେଳା ପୁଲିସ କର୍ମଚାରୀମାନେ ପୋଲ ପାର ହେବାକୁ ଲୋକଙ୍କୁ ବାରଣ କରୁଛନ୍ତି। ପ୍ରଶାସନ ପକ୍ଷରୁ ପୋଲର ଉଭୟ ପାର୍ଶ୍ବରେ ନାଲିଫିତା ଟଣା ଯାଇ ଯାତାୟତକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଯାତାୟତ କରୁଥିବା ସମସ୍ତ ସରକାରୀ ଓ ବେସରକାରୀ ବସ୍ ସେଠାରେ ଅଟକି ରହିଛି। ଏହା ଫଳରେ ଓଡ଼ିଶାରୁ ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
ଗତକାଲିଠାରୁ ଝିପିଝିପି ବର୍ଷା ଲାଗି ରହିଥିୋବା ବେଳେ ଜଳସ୍ତର ଆହୁରି ବୃଦ୍ଧି ପାଇବା ଆଶଙ୍କା ରହିଛି। ବର୍ଷାକୁ ନଜରରେ ରôଖ ପ୍ରଶାସନିକ ଅଧିକାରୀମାନେ ସଜାଗ ରହିଛନ୍ତି। ଜିଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ କାଙ୍ଗୁରୁକୋଣ୍ଡା ଗସ୍ତକରି ସ୍ଥିତି ଉପରେ ନଜର ରଖିଛନ୍ତି। କାଲିମେଳା ବିଡିଓ , ମଟୁ ତହସିଲଦାର ଓ କାଲିମେଳା ଥାନା ଅଧିକାରି ବୁଡ଼ି ଯାଇଥୂବା ପୋଲ ଅଞ୍ଚଳ ଗସ୍ତ କରି ସ୍ତିତି ଅନୁଧ୍ୟାନ କରି ଜିଲ୍ଲା ପ୍ରଶାସନକୁ ଅବଗତ କରାଉଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories