www.samajalive.in
Sunday, December 14, 2025
18.1 C
Bhubaneswar

ଶନିବାର ରାଶିଫଳ: ବାଣିଜ୍ୟରେ ଲାଭ ସହ ମିଳିବ ଅନେକ ଖୁସି ଖବର, ଏହି ରାଶି ପାଇଁ ଶୁଭ

ମେଷ- ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଉଦାର ସ୍ବଭାବର ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। କୃଷି କର୍ମରେ ତତ୍ପର ହେବେ। ଜଳଯାତ୍ରାରେ ବିପଦ ରହିଛି।

ବୃଷ- ଆସ୍ତିକ ପ୍ରବୃତ୍ତିର ହେବେ। ମନ ପ୍ରସନ୍ନ ରହିବ। ଭାଷା ମଧୁର ଓ ବ୍ୟବହାର ଭଦ୍ରୋଚିତ ହେବ। ପ୍ରେମୀ ଓ ସାହସୀ ହେବେ। ଅନୁଜମାନଙ୍କଠାରୁ ଭକ୍ତିପୂତ ଆଦର, ସମ୍ମାନ ମିଳିବ। ବିଜୟୀ ହେବେ।

- Advertisement -

ମିଥୁନ- ସୌଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାରଚେତା ଓ ବିଦ୍ୟାପ୍ରେମୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସହାୟତା ମିଳିବ।

କର୍କଟ- ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ସଂଗ୍ରାମୀ ମନୋବୃତ୍ତିର ହୋଇପାରନ୍ତି। ବିଭିନ୍ନ ସ୍ତରରୁ ଧନଲାଭର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହେବେ। ସୁସ୍ଥରହିବେ। ଭୋଜନ ରୁଚିକର ହେବ।

ସିଂହ- କର୍ମଚଞ୍ଚଳ ରହିବେ। ଏକାନ୍ତ ସାଧନା ଫଳବତୀ ହେବ। ମଧୁର ଭାଷାରେ ପରକୁ ଆପଣାର କରି କାର୍ଯ୍ୟ ହାସଲ କରିପାରନ୍ତି। ରାଜ ଯୋଗ ଥିବାରୁ ଉଚ୍ଚାସନରେ ଆସୀନ ହେବେ। ଧର୍ମ କାର୍ଯ୍ୟ କରିବେ।

କନ୍ୟା- ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।

ତୁଳା- କୁଳ ପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାର୍ଦ୍ରଚିତ୍ତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶ୍ବସୀ ହେବେ। ନିଜ ପରିବାର ପ୍ରତି ସ୍ନେହସଦ୍ଦିଚ୍ଛା ଭାବ ରହିବ।

ବିଛା- ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗ ଓ ସାମୟିକ ଭାବେ ବିଳାସ ବ୍ୟସନ କରିପାରନ୍ତି। ଦିନଟି ସୁଖ ସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହୋଇପାରନ୍ତି। ପାରିବାରିକ ସୁଖ ମିଳିବ।

ଧନୁ- ପ୍ରତିଶୋଧ ପରାୟଣ ହୋଇପାରନ୍ତି। ବେଳେବେଳେ କଥାବାର୍ତ୍ତାରେ ବ୍ୟତିକ୍ରମ ଦେଖା ଦେଇପାରେ। ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭପ୍ରଦ ହେବ। ସାରାଦିନ ସତର୍କରେ ଚଳିବାକୁ ପଡ଼ିବ।

ମକର- ଜଣେ ସମାଜସେବୀଭାବେ ଉଚ୍ଚ ସମ୍ମାନର ଅଧିକାରୀ ହେବେ। ଶାନ୍ତ ଓ ଧୈର‌୍ୟ୍ୟବାନ୍‌ ହୋଇପାରନ୍ତି। ସେବା ଭାବନାରେ ଉନ୍ମୁଖ ହୋଇପାରନ୍ତି। ସ୍ବ ସୁକର୍ମ ପାଇଁ ପ୍ରଶଂସାର ପାତ୍ର ହେବେ।

କୁମ୍ଭ- ଆୟର ସ୍ବଳ୍ପତା ଦୃଷ୍ଟିରୁ ବାହ୍ୟ ଖର୍ଚ୍ଚକୁ ସୀମିତ କରିବାକୁ ବାଧ୍ୟ ହେବେ। ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। କୌଶଳୀ ଓ ଶତ୍ରୁହନ୍ତା ହୋଇପାରନ୍ତି। ସେବାକୁ ଗୁରୁତ୍ବ ଦେବେ।

ମୀନ- କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ଦ୍ବାରା ଉପକୃତ ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ। ଧାର୍ମିକ ଓ ତେଜସ୍ବୀ ହେବେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories