www.samajalive.in
Sunday, December 14, 2025
26.1 C
Bhubaneswar

କୋଟି କୋଟି ଟଙ୍କାର ପାଣି ଟାଙ୍କି ମେଣ୍ଟାଇ ପାରୁନି ଶୋଷ

ରେଙ୍ଗାଲିକ୍ୟାମ୍ପ: ଲୋକଙ୍କୁ ଜଳକଷ୍ଟରୁ ମୁକ୍ତି ଦେବାକୁ ସରକାରଙ୍କ ଅନେକ ଯୋଜନା ଥାଇ ବି ନ ଥିଲା ଭଳି। କେଉଁଠି ବସୁଧା ଯୋଜନାରେ ବସିଥିବା ପାଣି ଟାଙ୍କି ମାସ ମାସ ଧରି ଅଚଳ ହୋଇ ପଡ଼ିଛି ତ ଆଉ କେଉଁଠି ପାଣି ପାଇଁ କୂଅ ଉପରେ ଲୋକଙ୍କ ଭରସା। ଏଭଳି ଭାବେ ପାଣି ଟିକିଏ ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ। ହେଲେ ଏଥିପ୍ରତି ନା ବିଭାଗ ନା ପ୍ରଶାସନ, କାହାରି ନଜର ପଡୁନାହିଁ। ଏମିତି ପାନୀୟ ଜଳ ପାଇଁ ଲୋକେ ହଇରାଣ ହେଉଥିବା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଝିଲୀମିଣ୍ଡା ଗ୍ରାମରେ। ଯେଉଁଠି ୨ କୋଟି ୨୭ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଛି ୧ ଲକ୍ଷ ଲିଟର  ବିଶିଷ୍ଟ ପାଣି ଟାଙ୍କି, ହେଲେ ତାହା ଲୋକଙ୍କ ଶୋଷ ମେଣ୍ଟାଇବାରେ ବିଫଳ। ପାଣି ଟାଙ୍କି ଏବେ ଖତ ଖାଉଛି।

ଘରକୁ ଘର ବିଶୁଦ୍ଧ ପାନୀୟଜଳ ଯୋଗାଇଦେବା ପାଇଁ ସରକାରଙ୍କ ପକ୍ଷରୁ ସବୁ ଘରକୁ ପାଇପ ସଂଯୋଗ ହୋଇଛି। ମାତ୍ର ୨/୩ ଦିନ ଥରେ ଲେଖାଏଁ  ଗୋଟିଏ ବେଳା ପାନୀୟଜଳ ଦିଆଯାଉଛି। ପାନୀୟଜଳ ମୋଟର ଚାଳକ କର୍ମଚାରୀ ସ୍ଥାନୀୟ ଲୋକଙ୍କୁ ଠିକ୍ ଭାବେ ଜଳ ଯୋଗାଣ କରୁ ନ ଥିବା ଗ୍ରାମବାସୀ ଅଭିଯୋଗ କରି ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏହି ଗ୍ରାମରେ ଭୋଟର ସଂଖ୍ୟା ୯ ହଜାରରୁ ଊର୍ଦ୍ଧ୍ବ ଅଛନ୍ତି। ଟାଙ୍କି ନିର୍ମାଣ ହେଲା ଦିନରୁ ଟାଙ୍କିକୁ ପାଣି ନ ଆସିବାରୁ ଲୋକଙ୍କୁ ସିଧା ସଳଖ ଝାଉଁ ନଦୀରୁ ପାଇପ ଯୋଗେ ପାଣି ଯୋଗାଣ କରାଯାଉଛି। ତେବେ ଅଧିକାଂଶ ଦିନ ପାଣି ଯୋଗାଣ ବନ୍ଦ ରହୁଛି। ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଇ ଲୋକଙ୍କ ଜଳକଷ୍ଟ ଦୂର କରିବାକୁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories