www.samajalive.in
Saturday, December 13, 2025
26.1 C
Bhubaneswar

ପାଲଘରରେ ବାଧବନ ବନ୍ଦରର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦି

ଡେସ୍କ: ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଦ୍ଧବନ ବନ୍ଦରର ଶିଳାନ୍ୟାସ କରିଛନ୍ତି। ସେ ବିଭିନ୍ନ ମତ୍ସ୍ୟ ପ୍ରକଳ୍ପର ଉଦଘାଟନ କରିବା ସହ ମତ୍ସ୍ୟଜୀବୀଙ୍କୁ ଟ୍ରାନ୍ସପୋଣ୍ଡର ଓ କିଷାନ କ୍ରେଡିଟ୍ କାର୍ଡ ବଣ୍ଟନ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ଦଶନ୍ଧି ମଧ୍ୟରେ ଭାରତର ଉପକୂଳରେ ଅଭୂତପୂର୍ବ ବିକାଶ ହୋଇଛି। ସେ କହିଛନ୍ତି ଯେ ସରକାର ବନ୍ଦରଗୁଡ଼ିକର ଆଧୁନିକୀକରଣ କରିଛନ୍ତି, ଜଳପଥର ବିକାଶ କରିଛନ୍ତି ଏବଂ ଏ ଦିଗରେ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଘରୋଇ ପୁଞ୍ଜିନିବେଶ ମଧ୍ୟ ବୃଦ୍ଧି ପାଇଛି, ଯାହା ଯୁବବର୍ଗଙ୍କ ପାଇଁ ଲାଭ ଏବଂ ନୂତନ ସୁଯୋଗ ପ୍ରଦାନ କରୁଛି। ଶ୍ରୀ ମୋଦୀ କହିଛନ୍ତି ଯେ ଆଜି ସମଗ୍ର ବିଶ୍ୱର ନଜର ବାଧବନ ବନ୍ଦର ଉପରେ ରହିଛି, ଯାହା ଏହି ସମଗ୍ର ଅଞ୍ଚଳର ଅର୍ଥନୈତିକ ଦୃଶ୍ୟପଟକୁ ବଦଳାଇ ଦେବ। ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ଆଜି ଭାରତର ପ୍ରଗତି ଅଭିମୁଖେ ଯାତ୍ରାରେ ଏକ ଐତିହାସିକ ଦିନ ଏବଂ ବିକଶିତ ମହାରାଷ୍ଟ୍ର ଏକ ବିକଶିତ ଭାରତ ପାଇଁ ସଂକଳ୍ପର ଏକ ଅତ୍ୟାବଶ୍ୟକ ଅଙ୍ଗ।

ଏହି ପ୍ରକଳ୍ପ ପାଇଁ ପ୍ରାୟ ୭୬ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହା ଏକ ବିଶ୍ୱସ୍ତରୀୟ ସାମୁଦ୍ରିକ ପ୍ରବେଶ ପଥ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛି ଯାହା ଦେଶର ବାଣିଜ୍ୟ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ। ପାଲଘର ଜିଲ୍ଲାର ଦହାନୁ ସହର ନିକଟରେ ଅବସ୍ଥିତ ବାଧବନ ବନ୍ଦର ଭାରତର ସର୍ବବୃହତ ଗଭୀର ଜଳ ବନ୍ଦର ହେବ ଏବଂ ଅନ୍ତର୍ଜାତୀୟ ଜାହାଜ ଚଳାଚଳ ମାର୍ଗକୁ ସିଧାସଳଖ ସଂଯୋଗ ପ୍ରଦାନ କରିବ, ପରିବହନ ସମୟ ଏବଂ ଖର୍ଚ୍ଚ ହ୍ରାସ କରିବ। ସମଗ୍ର ଦେଶରେ ଏହି କ୍ଷେତ୍ରର ଭିତ୍ତିଭୂମି ଏବଂ ଉତ୍ପାଦକତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ପ୍ରାୟ ୧,୫୬୦ କୋଟି ଟଙ୍କାର ୨୧୮ଟି ମତ୍ସ୍ୟ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଥିଲେ। ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ପ୍ରାୟ ୩୬୪ କୋଟି ଟଙ୍କା ବ୍ୟୟରେ ଭେସେଲ୍ କମ୍ୟୁନିକେସନ୍ ଆଣ୍ଡ ସପୋର୍ଟ ସିଷ୍ଟମର ଜାତୀୟ ରୋଲଆଉଟର ଶୁଭାରମ୍ଭ କରିଛନ୍ତି। ଏହି ପ୍ରକଳ୍ପ ଅଧୀନରେ ୧୩ଟି ଉପକୂଳବର୍ତ୍ତୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଯାନ୍ତ୍ରିକ ଏବଂ ମୋଟର ଚାଳିତ ମାଛଧରା ଜାହାଜରେ ପର୍ଯ୍ୟାୟ କ୍ରମେ ଏକ ଲକ୍ଷ ଟ୍ରାନ୍ସପଣ୍ଡର ସ୍ଥାପନ କରାଯିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories