www.samajalive.in
Sunday, December 7, 2025
23.1 C
Bhubaneswar

ଆଫଗାନିସ୍ତାନରେ ଭୂକମ୍ପ, ଥରିଲା ଦିଲ୍ଲୀ

ସମାଜ ଡିଜିଟାଲ ଡେସ୍କ: ଆଫଗାନିସ୍ତାନରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଏହାର ପ୍ରଭାବ ଦିଲ୍ଲୀ-ଏନସିଆର ପର୍ଯ୍ୟନ୍ତ ଦେଖିବାକୁ ମିଳିଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୭ ରେକର୍ଡ଼ ହୋଇଛି। ଏହି ଭୂମିକମ୍ପ ଭୂପୃଷ୍ଠରୁ ୨୫୫ କିମି ଗଭୀରରେ ହୋଇଥିବା ରେକର୍ଡ଼ କରାଯାଇଛି। ଆଫଗାନିସ୍ତାନ ସମୟ ଅନୁଯାୟୀ, ପୂର୍ବାହ୍ନ ୧୧ଟା ୨୬ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା, ଯାହାର ପ୍ରଭାବ ଦିଲ୍ଲୀ ପର୍ଯ୍ୟନ୍ତ ଦେଖାଯାଇଥିଲା।

କମ୍ପନ ଅନୁଭୂତ ହେବା ମାତ୍ରେ ସେଠାକାର ଲୋକେ ଘରୁ ବାହାରି ଆସିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ନାହିଁ। ଯେତେବେଳେ ବି ଆଫଗାନିସ୍ତାନରେ ଭୂକମ୍ପ ହୁଏ, ଏହାର ପ୍ରଭାବ ଦିଲ୍ଲୀ ପର୍ଯ୍ୟନ୍ତ ଅନୁଭୂତ ହୁଏ। ଆଜି ମଧ୍ୟ ଦିଲ୍ଲୀ, ନୋଏଡା ଏବଂ ଗାଜିଆବାଦ ଏହି ଝଟ୍‌କା ଅନୁଭୂତ ହୋଇଛି।

- Advertisement -

 

 

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories