www.samajalive.in
Monday, December 8, 2025
13.1 C
Bhubaneswar

ସବୁବର୍ଗର କର୍ମଚାରୀଙ୍କ ପାଇଁ ଖୁସି ଖବର; ମାସିକ ସର୍ବନିମ୍ନ ବେତନ ହୋଇପାରେ ୨୧ହଜାର

ସମାଜ ଡିଜିଟାଲ ଡେସ୍କ: ସବୁବର୍ଗର କର୍ମଚାରୀଙ୍କ ପାଇଁ ଖୁସି ଖବର। ଅର୍ଥ ମନ୍ତ୍ରଣାଳୟରେ ନିକଟରେ ହୋଇଥିବା ବୈଠକରେ ଚାକିରିଆଙ୍କ ପାଇଁ ସର୍ବନିମ୍ନ ଦରମା ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି। କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ ମଧ୍ୟ ଏହି ପ୍ରସ୍ତାବ ଉପରେ ନିଜର ସହମତି ପ୍ରକାଶ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଚାକିରିଆଙ୍କୁ ସର୍ବନିମ୍ନ ଦରମା ୧୫ହଜାର ଟଙ୍କା ମିଳୁଛି। ଯାହାକୁ ବୃଦ୍ଧି କରି ୨୧ହଜାର ଟଙ୍କା କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ଯଦି ଏପରି ହୁଏ ତେବେ ଅନେକ ଚାକିରିଆ ଲାଭବାନ ହେବେ। ନିକଟରେ ୟୁନିଫାଇଡ ପେନସନ୍‌‌ ସ୍କିମ୍‌‌ ଲାଗୁ କରି କର୍ମଚାରୀଙ୍କୁ ଖୁସି କରିଥିଲେ ସରକାର।
ମିଳିଥିବା ସୂଚନା ଅନୁସାରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ମାସିକ ସର୍ବନମ୍ନ ଦରମା ବୃଦ୍ଧି କରିବାକୁ ଯୋଜନା ପ୍ରସ୍ତୁତ କରାଯାଉଛି। କେନ୍ଦ୍ର ଶ୍ରମମନ୍ତ୍ରୀଙ୍କ ପକ୍ଷରୁ ସର୍ବନିମ୍ନ ଦରମା ୧୫ହଜାରରୁ ବୃଦ୍ଧି କରି ୨୧ହଜାର କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ଦରମା ବୃଦ୍ଧି ହେଲେ ବେସରକାରୀ କର୍ମଚାରୀମାନେ ସବୁଠୁ ଅଧିକ ଲାଭବାନ ହେବେ। ୨୦୧୪ ସେପ୍ଟେମ୍ବର ୧ରେ ସର୍ବନିମ୍ନ ଦରମା ୧୫ହଜାରକୁ ବୃଦ୍ଧି କରାଯାଇଥିଲା। ଏବେ ମନ୍ତ୍ରଣାଳୟ ପକ୍ଷରୁ ପୁଣି ଥରେ ସର୍ବନିମ୍ନ ଦରମା ବୃଦ୍ଧି ପାଇଁ ଦିଆଯାଇଥିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ଯୋଜନା ଚାଲିଛି। ତେବେ କେବେଠାରୁ କାର୍ଯ୍ୟକାରୀ ହେବ ସେନେଇ କୌଣସି ସୂଚନା ମିଳିନାହିଁ। ହେଲେ କୁହାଯାଉଛି ଯେ ଖୁବଶୀଘ୍ର ଏନେଇ ନିଷ୍ପତ୍ତି ହୋଇପାରେ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories