www.samajalive.in
Saturday, December 6, 2025
26.1 C
Bhubaneswar

ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଗୁଡିକର ସମୀକ୍ଷା କଲେ ଜିଲ୍ଲାପାଳ

ବାସୁଦେବପୁର: ଆଜି ବାସୁଦେବପୁର ବ୍ଲକର ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଯୋଗ ଦେଇ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଗୁଡିକର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ଦୀଲ୍ଲପ ରାଉତରାୟ। ଏହି ଅବସରରେ ବାସୁଦେବପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ବାଳ, ବିଡ଼ିଓ ସଞ୍ଜୀବ ସାହୁ, ତହସିଲଦାର ସୌଭାଗ୍ୟରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ବୈଠକ ପରେ ଶହୀଦ ସମାଧି ପୀଠ ରକ୍ତତିର୍ଥ ଇରମରେ ଶ୍ରଦ୍ଧା ସୁମନ ଅର୍ପଣ କରାଯିବ ବୋଲି ଜାଣିବାକୁ ମିଳିଛି। ଏହି ଅବସରରେ ବିଜେପି ସଂଗଠନ ପକ୍ଷରୁ ସୌଜନ୍ୟମୂଳକ ସାକ୍ଷାତ କରାଯାଇଥିଲା। ପୂର୍ବତନ ସରପଞ୍ଚ କମଳାକାନ୍ତ ବାରିକ, ରମାକାନ୍ତ ସେଠୀ, ହେମନ୍ତ ସନ୍ଧି ବିଗ୍ରହ , ରାଜେନ୍ଦ୍ର ବାରିକ, ପର୍ଶୁରାମ ବାରିକ, ରବିନାରାୟଣ ଦାସ, ଅମରେନ୍ଦ୍ର ମଣ୍ଡଳ, ଉମାକାନ୍ତ ଖୁଣ୍ଟିଆ, ଅଶୋକ ବେହେରା, ଜଗାନନ୍ଦ ବେରା, ବିଜୟ ତରାଇ, ନିର୍ମଳ ପଣ୍ଡା, ମଧୁସୂଦନ ପାଢୀ, ବିଜୟ ମଳିକ, ଶରତ ବେହେରା, ଅଶୋକ ବେହେରା, ରମେଶଚନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ବାସୁଦେବପୁର ପ୍ରେସକ୍ଲବର ସଭାପତି ରମାକାନ୍ତ ବାରିକଙ୍କ ନେତୄତ୍ବରେ ସମସ୍ତ ସଦସ୍ୟମାନେ ସାକ୍ଷାତ କରି ସାମ୍ବାଦିକଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ।

ଘର ସମ୍ମୁଖରୁ ବାଇକ ଚୋରି

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories