www.samajalive.in
Friday, December 5, 2025
17.1 C
Bhubaneswar

ଭିଡିଓରେ ଛାତିଥରା ଦୃଶ୍ୟ: ବିଜେପି ନେତାଙ୍କ ଗାଡ଼ିକୁ ଗୁଳି ଓ ବୋମାମାଡ଼, ଡ୍ରାଇଭର ଗୁରୁତର

ସମାଜ ଡିଜିଟାଲ ଡେସ୍କ: କଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା ପ୍ରତିବାଦରେ ପଶ୍ଚିମବଙ୍ଗରେ ବୁଧବାର ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ତେବେ ଏହି ବନ୍ଦ ପାଳନ ସମୟରେ ଜଣେ ବିଜେପି ନେତା ପ୍ରିୟାଙ୍ଗୁ ପାଣ୍ଡେଙ୍କ କାର୍‌ ଉପରକୁ ଦୁର୍ବୃତ୍ତମାନେ ଗୁଳି ଏବଂ ବୋମାମାଡ଼ କରିଛନ୍ତି। ତେବେ ଟିଏମସି ଗୁଣ୍ଡାମାନେ ଏହି ଆକ୍ରମଣ କରିଥିବା ବିଜେପି ନେତା ପାଣ୍ଡେ କହିଛନ୍ତି। ଏହି ଘଟଣାରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଶରୀରରେ ଗୁଳି ବାଜିଛି।


ପାଣ୍ଡେଙ୍କ ଅଭିଯୋଗ ଅନୁସାରେ, ସେ ବୁଧବାର ନିଜ କାରରେ ଅନ୍ୟ ଜଣେ ନେତା ଅର୍ଜୁନ ସିଂହଙ୍କ ବାସଭବନକୁ ଯାଉଥିଲେ। ଉତ୍ତର ୨୪ ପରଗନାର ଭତପଡ଼ା ଅଞ୍ଚଳରେ ୫୦ରୁ ୬୦ ଟିଏମସି କର୍ମୀ ତାଙ୍କ ଗାଡ଼ିକୁ ଅଟକାଇ ପ୍ରଥମେ ଗୁଳିମାଡ଼ ଏବଂ ପରେ ବୋମାମାଡ଼ କରିଥିଲେ। ତାଙ୍କ ଗାଡ଼ି ଉପରକୁ ୬/୭ଟି ବୋମା ଫିଙ୍ଗା ଯାଇଥିଲା। ପୁଲିସ ଏବଂ ଟିଏମସି ମିଳିତ ଭାବେ ଏଭଳି ଷଡ଼ଯନ୍ତ୍ର କରିଥିବା ପାଣ୍ଡେ ଅଭିଯୋଗ କରିଛନ୍ତି। ଆକ୍ରମଣ ପୂର୍ବରୁ ତାଙ୍କ ସୁରକ୍ଷାକର୍ମୀଙ୍କୁ ପ୍ରତ୍ୟାହାର କରିନିଆଯାଇଥିବା ସେ କହିଛନ୍ତି। ବିଜେପି ନେତା ସୁଭେନ୍ଦୁ ଅଧିକାରୀ ଟିଏମସିର ଏପରି କାର୍ଯ୍ୟକୁ ନିନ୍ଦା କରିବା ସହିତ ଶାସକ ଦଳ ବିଜେପିକୁ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ କରୁଛି ବୋଲି କହିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories