ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ୍ ସଭା ଗୃହରେ ଆଜି ଚାଲିଥିଲା ବିଏଲଓ ମାନଙ୍କର ତାଲିମ କାର୍ଯ୍ୟକ୍ରମ। ଏଥିରେ ସହକାରୀ ଜିଲାପାଳ ମଦନଲାଲ ପଣ୍ଡା ଓ ଛବି ପୋଢ଼, ପଞ୍ଚାୟତ ଅଧିକାରୀ ମହମ୍ବଦ ଆକବର ପ୍ରଶିକ୍ଷକ ଭାବେ ପ୍ରଶିକ୍ଷଣ ଦେଇଥିଲେ । ଏହି ତାଲିମ ଦେବା ସମୟରେ ହଠାତ୍ ଛାତରୁ ସିଲିଂ ଖସିପଡ଼ିଲା। ଅଳ୍ପକେ ବର୍ତ୍ତିଗଲେ ପ୍ରଶିକ୍ଷକ ଓ ତାଲିମ ନେଉଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ । ଛାତ ଖସିବା ଶବ୍ଦ ଶୁଣି ପ୍ରଥମେ ସମସ୍ତେ ଭୟଭୀତ ହୋଇ ଇତସ୍ତତଃ ହୋଇପଡ଼ିଥିଲେ। ଏଥି ଯୋଗୁଁ ତାଲିମ ପ୍ରକ୍ରିୟା ମଧ୍ୟ ପ୍ରଭାବିତ ହୋଇଥିଲା ।
ତେବେ ପ୍ରକାଶ ଥାଉ କି ବ୍ଲକ୍ ସଭା ଗୃହ ନିର୍ମାଣ ହେବା କୁ ଦୀର୍ଘ ବର୍ଷ ହୋଇ ନଥିଲେ ମଧ୍ୟ ଛାତ ଉପରୁ ସିଲିଂ ଖସିବା ଏହାର ନିମ୍ନ ମlନର କାର୍ଯ୍ୟକୁ ହି ସୂଚିତ କରୁଛି । ବ୍ଲକ୍ ସଭା ଗୃହ ଯଦି ଏମିତି ନିର୍ମାଣ କରାଯାଉଛି , ତେବେ ଅନ୍ୟ କଥା ପଚାରେ କିଏ! କାର୍ଯ୍ୟ ଗୁଡ଼ିକ ନିମ୍ନ ,ଅନୁନ୍ନତ ବୋଲି ସ୍ପଷ୍ଟ ଜଣାପଡ଼ୁଛି।ତେବେ ଗ୍ରାମାଞ୍ଚଳ ମାନଙ୍କରେ କାମ କେମିତି ହେଉଥିବା ।ଏଥିରୁ ସହଜରେ ଅନୁମେୟ କରି ହେଉଛି।
Comments are closed.