www.samajalive.in
Monday, December 8, 2025
13.1 C
Bhubaneswar

ନାଳରେ ଓଲଟି ପଡ଼ିଲା ଟ୍ରାକ୍ଟର, ପ୍ରଖର ସ୍ରୋତରେ ଭାସିଗଲେ ୧୯ ଜଣ

ସମାଜ ଡିଜିଟାଲ ଡେସ୍କ: ଏକ ନାଳର କଲଭର୍ଟ ପୋଲ ଅତିକ୍ରମ କରିବା ସମୟରେ ଟ୍ରାକ୍ଟର ଓଲଟି ପଡ଼ିବାରୁ ପ୍ରଖର ସ୍ରୋତରେ ଭାସିଯାଇଛନ୍ତି ୧୯ ଜଣ। ଗୁଜରାଟର ମୋରବି ଜିଲା ଅନ୍ତର୍ଗତ ଧ୍ବାନା ଗ୍ରାମ ନିକଟରେ ରବିବାର ରାତିରେ ଏହି ଅଘଟଣ ଘଟିଛି। ଖବରପାଇ ଏନଡିଆରଏଫ ଟିମ୍‌ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ହେଲେ ରାତି ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ସୋମବାର ସକାଳ ସୁଦ୍ଧା ୧୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଅନ୍ୟ ୯ ଜଣଙ୍କ ପତ୍ତା ମିଳିନାହିଁ।

ଗୁଜରାଟରେ ବିଭିନ୍ନ ଜିଲାରେ ଗତ ୩ ଦିନ ହେବ ଅଗଷ୍ଟ ୨୪ ତାରିଖରୁ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ବିଭିନ୍ନ ନଦୀ ଓ ନାଳରେ ଜଳପତ୍ତନ ବୃଦ୍ଧି ପାଇଛି। ରବିବାର ରାତିରେ ଉକ୍ତ ଟ୍ରାକ୍ଟରରେ ଡ୍ରାଇଭର ସମେତ ୧୯ ଜଣ ଯାଉଥିବାବେଳେ ଭାରସାମ୍ୟ ହରାଇ ଗାଡ଼ିଟି ନାଳ ଭିତରକୁ ଓଲଟି ପଡ଼ିଥିଲା। ଫଳରେ ଟ୍ରାକ୍ଟର ସହିତ ସମସ୍ତ ୧୯ ଜଣ ଭାସିଯାଇଥିଲେ।

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories