www.samajalive.in
Sunday, December 7, 2025
23.1 C
Bhubaneswar

ଚୀନରେ ଚମକିଲେ ଓଡ଼ିଶାର ଉଦୀୟମାନ ବ୍ୟାଡ୍‌ମିଣ୍ଟନ ତାରକା ତନ୍ବୀ ପତ୍ରୀ

ଚେଙ୍ଗ୍‌ଡୁ (ଚୀନ୍‌) : ଇତିହାସ ରଚିଛନ୍ତି ଓଡ଼ିଶାର ଉଦୀୟମାନ ବ୍ୟାଡ୍‌ମିଣ୍ଟନ ତାରକା ତନ୍ବୀ ପତ୍ରୀ। ପ୍ରଥମ ଓଡ଼ିଆ ତଥା ତୃତୀୟ ଭାରତୀୟ ଭାବେ ତନ୍ବୀ ଏସୀୟ ଜୁନିୟର ବ୍ୟାଡ୍‌ମିଣ୍ଟନ ଚମ୍ପିଆନସିପର ୧୫ ବର୍ଷରୁ କମ୍‌ ମହିଳା ଏକକ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଚୀନ୍‌ର ଚେଙ୍ଗଡୁରେ ଆୟୋଜିତ ଉକ୍ତ ଚମ୍ପିଆନସିପରେ ତନ୍ବୀ ଚମ୍ପିଆନ ହୋଇଛନ୍ତି। ଟୁର୍ଣ୍ଣାମେଣ୍ଟର ଟପ୍‌ ସିଡ୍‌ ୧୩ ବର୍ଷୀୟ ତନ୍ବୀ ରବିବାର ମହିଳା ଏକକ ବର୍ଗ ଫାଇନାଲ​‌ରେ ୩ୟ ସିଡ୍‌ ତଥା ଗତଥରର ଚମ୍ପିଆନ ଭିଏତନାମର ଏନ୍‌ଗୁୟେନ୍ ଥି ଥୁ ହୁଏଜେନ୍‌ଙ୍କୁ ୨୨-୨୦ ଓ ୨୧-୧୧ରେ ପରାସ୍ତକରି ଜୀବନର ସବୁଠାରୁ ବଡ଼ ସଫଳତା ହାସଲ କରିଛନ୍ତି। ତନ୍ବୀ ପ୍ରଥମ ଗେମ୍‌ରେ କଡ଼ା ସଂଘର୍ଷର ସମ୍ମୁଖୀନ ହୋଇଥିଲେ। ଏକଦା ତନ୍ବୀ ୧୧-୧୭ରେ ପଛୁଆ ରହିଥିଲେ। ପରବର୍ତ୍ତୀ ସମୟରେ ତନ୍ବୀ ଚମତ୍କାର ପ୍ରତ୍ୟାବର୍ତ୍ତନ କରିବା ସହିତ ସ୍କୋର୍‌କୁ ୨୦-୨୦ କରିଥିଲେ। ଶେଷରେ ତନ୍ବୀ ଉକ୍ତ ସେଟ୍‌କୁ ୨୨-୨୦ରେ ଜିତି ନେଇଥିଲେ। ୨ୟ ସେଟ୍‌କୁ ତନ୍ବୀ ଏକତରଫା ଭାବେ ୨୧-୧୧ରେ ଜିତି ମ୍ୟାଚ ବିଜୟୀ ହୋଇଥିଲେ। ତନ୍ବୀ ମ୍ୟାଚକୁ ୩୪ ମିନିଟ୍‌ରେ ଜିତି ପାରିଥିଲେ। ତନ୍ବୀ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରିବା ସହିତ ୫ଟି ଯାକ ମ୍ୟାଚକୁ ଏକତରଫା ଭାବେ ଜିତିଛନ୍ତି। ଟୁର୍ଣ୍ଣାମେଣ୍ଟରେ ସେ ଗୋଟିଏ ମଧ୍ୟ ଗେମ୍‌ ହାରିନାହାନ୍ତି। ତନ୍ବୀ ତୃତୀୟ ଭାରତୀୟ ଭାବେ ଏସୀୟ ଜୁନିୟର ବ୍ୟାଡ୍‌ମିଣ୍ଟନ ଚମ୍ପିଆନସିପର ମହିଳା ଏକକ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ପୂର୍ବରୁ ୨୦୧୭ରେ ୧୫ ବର୍ଷରୁ କମ୍‌ ମହିଳା ଏକକ ବର୍ଗର ଭାରତର ସାମିଆ ଇମାଦ ଫାରୁକି ଓ ୨୦୧୯ରେ ତସନିମ୍‌ ମୀର ସ୍ବର୍ଣ୍ଣ ପଦକ ଜିତିଥିଲେ। ବାଲେଶ୍ବର ଜିଲା ସିମୁଳୁଆର ରବି ନାରାୟଣ ପତ୍ରି ଓ ଶୈଳବାଳା ପଣ୍ଡାଙ୍କ କନ୍ୟା ତନ୍ବୀ ୬ ବର୍ଷ ବୟସରୁ ଚୀନ୍‌ରେ ପିତାମାତାଙ୍କ ସହ ଥିବା ବେଳେ ବ୍ୟାଡ୍‌ମିଣ୍ଟନ ଖେଳିବା ଆରମ୍ଭ କରିଥିଲେ। ତନ୍ବୀ ଗତ ଦୁଇ ବର୍ଷ ହେଲା ବେଙ୍ଗାଲୁରୁରେ ପ୍ରକାଶ ପାଦୁକୋନ ବ୍ୟାଡ୍‌ମିଣ୍ଟନ ଏକାଡେମୀରେ ପ୍ରଶିକ୍ଷଣ ନେଉଛନ୍ତି। ସ୍ବର୍ଣ୍ଣ ପଦକ ଜିତି ବହୁତ ଖୁସି ଲାଗୁଛି। ଟାଇଟଲ ଜିତିବା ନେଇ ଲକ୍ଷ୍ୟ ରଖିଥିଲି; ଯାହା ସଫଳ ହୋଇଛି ବୋଲି ତନ୍ବୀ କହିଛନ୍ତି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories