www.samajalive.in
Sunday, December 14, 2025
14.1 C
Bhubaneswar

ଯାହାକୁ ରଖିବେ ଅନନ୍ତ…

ସମାଜ ଡିଜିଟାଲ ଡେସ୍କ: କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ, ଯାହା ଏହି ଘଟଣାରେ ସତ ପ୍ରମାଣିତ ହୋଇଛି। ଯଦି ଆପଣ ଏହି ଭିଡିଓଟିକୁ ଦେଖିବେ ତା’ହେଲେ ଆପଣଙ୍କ ହୃଦୟର ସ୍ପନ୍ଦନ ବନ୍ଦ ହୋଇଯିବ।

ସୂଚନା ଅନୁଯାୟୀ, ତେଲେଙ୍ଗାନାର ଭିକାରବାଦ ଜିଲ୍ଲାରେ ଘଟିଥିବା ଘଟଣାଟି ବର୍ତ୍ତମାନ ହଇଚଇ ସୃଷ୍ଟି କରିଛି। ଭିକାରବାଦ ଜିଲ୍ଲାର ନାଭାଣ୍ଡି ରେଳ ଷ୍ଟେସନରେ ଦୁଇ ଜଣ ମହିଳା ରେଳ ଧାରଣ ପାର କରୁଥିବା ସମୟରେ ହଠାତ ଗୋଟିଏ ମାଲବୋଝେଇ ଟ୍ରେନ ମାଡି ଆସିଥିଲା, ସେତେବେଳକୁ ଜଣେ ମହିଳା ଟ୍ରାକ ମଧ୍ୟକୁ ଚାଲିଯାଇଥିଲେ ଏବଂ ତାଙ୍କୁ ଟ୍ରେନ ଧକ୍କା ଦେବାରୁ ସେ ଟ୍ରାକ ଉପରେ ହିଁ ପଡିଯାଇଥିଲେ କିନ୍ତୁ ନିଜର ଉପସ୍ଥିତ ବୁଦ୍ଧି ଯୋଗୁ ସେ ସେହି ଟ୍ରାକ ମଧ୍ୟରେ ଶୋଇପଡ଼ିଥିଲେ ଏବଂ ଟ୍ରେନ ଚାଲିଯିବା ପରେ ସେଠାରୁ ଉଠି ଘଟଣାସ୍ଥଳରୁ ଚାଲିଯାଇଥିଲେ। ଏହି ଘଟଣାକୁ ଜଣେ ଯାତ୍ରୀ ନିଜର ମୋବଇଲେରେ କଏଦ କରି ସୋସିଆଲ ମିଡିଆରେ ଛାଡିଥିଲେ, ଯାହା ବର୍ତ୍ତମାନ ଗୋଟିଏ ଆଲୋଡନ ସୃଷ୍ଟି କରିଛି। ମୃତ୍ୟୁ ସାମ୍ନାରେ ରହିଥିଲେ ମଧ୍ୟ ବିଚଳିତ ନ ହୋଇ ମହିଳା ଜଣକ କିପରି ନିଜର ଉଚିତ ବୁଦ୍ଧି ଦ୍ୱାରା ଜୀବନକୁ କିପରି ବଞ୍ଚାଇ ପାରିଲେ ତାହା ଏହି ଭିଡିଓରୁ ଶିକ୍ଷା ମିଳିଛି।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories