www.samajalive.in
Saturday, December 13, 2025
26.1 C
Bhubaneswar

ଶିଶୁ ମାନେ ହେଉଛନ୍ତି ଦେଶର ସମ୍ପତ୍ତି

ପିପିଲି:ପିପିଲି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଅଭିଭାବିକା ସରୋଜିନୀ ମହାପାତ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌‌ଘାଟନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଶଶୀଭୂଷଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାମନ୍ଦିର ପରିଚାଳନା ସମିତିର ଉପସଭାନେତ୍ରୀ ତଥା ଅବସରପ୍ରାପ୍ତ ପ୍ରାଧ୍ୟାପିକା ଅର୍ଚ୍ଚନା ସାହୁ ଯୋଗଦେଇ ଶିଶୁମାନଙ୍କୁ ଉତ୍ତମ ନାଗରିକ ଭାବେ ଗଢିତୋଳିବା ଦିଗରେ ମାଆ ମାନଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ।

ଶିଶୁମାନଙ୍କୁ କେବଳ ପରିବାରର ସଂପତ୍ତି ବୋଲି ନଭାବି ଦେଶରେ ସଂପତ୍ତି ବୋଲି ଭାବିବା ଓ ସମାଜ ଗଠନ ଦିଗରେ ସେମାନଙ୍କୁ ଉପଯୁକ୍ତ ଭାବେ ଗଢିତୋଳିବା ପାଇଁ ବିଦ୍ୟାମନ୍ଦିର ପରିଚାଳନା ସମିତିର ସଂପାଦକ ତଥା ବରିଷ୍ଠ ଆଇନଜୀବୀ ରମାକାନ୍ତ ସାହୁ ଉପସ୍ଥିତ ମାଆ ମାନଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା ସମିତିର ଯୁଗ୍ମ ସଂପାଦକ ରମାକାନ୍ତ ନାୟକ, ସଦସ୍ୟା କଳ୍ପନା ବେହେରା ଯୋଗଦେଇ ସୁସ୍ଥ ସମାଜ ଗଠନରେ ମାଆ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ।

- Advertisement -

ଶିଶୁ ବାଟିକା ପ୍ରମୁଖ ଜ୍ୟୋସ୍ନାରାଣୀ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂକୁଳ ଶିଶୁ ବାଟିକା ସହପ୍ରମୁଖ ସୁଧାଂଶୁବାଳା ମହାନ୍ତି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅଭିଭାବିକା ମାନଙ୍କ ଦ୍ୱାରା ଏକ ପୌଷ୍ଟିକ ଆହାର ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ଅଭିଭାବିକା ମାନଙ୍କ ମଧ୍ୟରେ ଏକ ଝୋଟି ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ଶ୍ରେଷ୍ଠ ଝୋଟି ଆଙ୍କିଥିବା ଅଭିଭାବିକାଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାମନ୍ଦିରର ଶିଶୁ, ପ୍ରାରମ୍ଭ ଓ ଶିଶୁ ବୋଧ ଶ୍ରେଣୀର ଅଭିଭାବିକା ମାନେ ଏଥିରେ ଯୋଗଦେଇ ନିଜ ନିଜର ମତ ରଖିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାମନ୍ଦିରର ଆଚାର୍ଯ୍ୟା ସବିତା ମାର୍ଥା, ବିଷ୍ଣୁପ୍ରିୟା ଡାଙ୍ଗୁଆ, ତନ୍ମୟୀ ଦାଶ, ବନଲତା ସେନାପତୀ ପ୍ରମୁଖ ପରିଚାଳନା କରିଥିଲେ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories