www.samajalive.in
Thursday, December 11, 2025
16.1 C
Bhubaneswar

୨୦୨୫ ଫେବୃଆରୀରେ ଫେରିବେ ସୁନିତା ଓ୍ବିଲିୟମ୍ସ

ଓ୍ବାଶିଂଟନ୍ : ମହାକାଶରୁ ପୃଥିବୀ ପୃଷ୍ଠକୁ ଫେରିବା ପାଇଁ ସୁନିତା ଓ୍ବିଲିୟମ୍ସଙ୍କୁ ୨୦୨୫ ଫେବୃଆରୀ ହୋଇଯିବ। ସାଥୀ ମହାକାଶଚାରୀ ବୁଚ୍ ଓ୍ବିଲମୋରଙ୍କ ସହ ସେ ଆହୁରି ପ୍ରାୟ ୮୦ ଦିନ ମହାକାଶ​‌ରେ ବିତାଇବା ପରେ ବୋଙ୍ଗର ଷ୍ଟାରଲାଇନର ସ୍ପେସକ୍ରାଫ୍ଟ  କିମ୍ବା ଏଲନ୍ ମସ୍କଙ୍କ ସ୍ପେସ୍ ଏକ୍ସର ଡ୍ରାଗନ୍ କ୍ୟାପସୁଲ୍ ମାଧ୍ୟମରେ ହିଁ ଫେରିବେ ବୋଲି ଆମେରିକୀୟ ମହାକାଶ ସଂସ୍ଥା ନାସା ପକ୍ଷରୁ ସୂଚନା ମିଳିଛି। ଶନିବାର ନାସା ପକ୍ଷରୁ ଦୁଇ ମହାକାଶଚାରୀଙ୍କ ପ୍ରତ୍ୟାବର୍ତ୍ତନ ଓ ସେମାନଙ୍କ ସ୍ଥିତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ପୂର୍ବରୁ ବିଶେଷଜ୍ଞମାନେ ଏ ସମ୍ପର୍କରେ ଆଲୋଚନା କରିଥିଲେ ମଧ୍ୟ ଶନିବାରକୁ ନିଷ୍ପତି ଅଟକିଥିଲା। ତେବେ ନାସା ପକ୍ଷରୁ ସୁନିତା ଓ ଓ୍ବିଲମୋରଙ୍କ ସ୍ଵାସ୍ଥ୍ୟ ପ୍ରତି ବିପଦ ରହିଥିବା ନେଇ ଚିନ୍ତା ପ୍ରକଟ କରାଯାଇଛି। ସେମାନଙ୍କୁ ସୁସ୍ଥ ରଖିବା ପାଇଁ ସମସ୍ତ ପ୍ରୟାସ ଜାରି ରହିଥିବା ବିଜ୍ଞପ୍ତିରେ କୁହାଯାଇଛି। ତେବେ ଗତ ଜୁନ୍ ମାସରୁ ସେମାନେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ଅବସ୍ଥାନ କରୁଛନ୍ତି।

Hot this week

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories