www.samajalive.in
Sunday, December 14, 2025
19.1 C
Bhubaneswar

ପିଏମ୍‌ଜିରେ ଏକାଠି ହେଲେ ନର୍ସିଂ ଅଧିକାରୀ

ଭୁବନେଶ୍ବର: ନର୍ସିଂ ଅଧିକାରୀଙ୍କ ୬ ବର୍ଷ ଚୁକ୍ତିଭିତ୍ତିକ ଅବଧିକୁ ମୂଳ ଚାକିରି ଅବଧିରେ ମିଶାଇ ପଦୋନ୍ନତି ଏବଂ ସମସ୍ତ ଆର୍ଥିକ ସୁବିଧା ପ୍ରଦାନ, ଯୋଗ୍ୟ ନର୍ସିଂ ଅଧିକାରୀଙ୍କୁ ବରିଷ୍ଠତା ଭିତ୍ତିରେ‌ ପଦୋନ୍ନତି ଆଦି ୧୦ ଦଫା ଦାବି ନେଇ ରାସ୍ତାକୁ ଓହ୍ଲାଇଛି ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ।

ସଂଘର ସଭାନେତ୍ରୀ ଶୁଚିସ୍ମିତା ଦାଶଙ୍କ ନେତୃତ୍ବରେ ୫ ହଜାରରୁ ଅଧିକ ନର୍ସିଂ ଅଧିକାରୀ ମାଷ୍ଟର କ୍ୟାଣ୍ଟିନ ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜି ଛକରେ ଏକାଠି ହୋଇଥିଲେ। ସେବା କାର୍ଯ୍ୟ ଜାରି ରଖି ବିକ୍ଷୋଭ ପ୍ରଦର୍ଶନ ସହିତ ଧାରଣା ଦେଇଥିଲେ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବା ସହିତ ପର୍ଯ୍ୟାୟକ୍ରମେ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ସଂଘ ନିଷ୍ପତ୍ତି ନେଇଥିଲା।

- Advertisement -

ଅପରାହ୍ଣରେ ସଂଘ ପକ୍ଷରୁ ୪ ଜଣିଆ ପ୍ରତିନିଧି ଦଳ ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗଙ୍କ ସହିତ ଆଲୋଚନା କରିଥିଲେ। ସମାଧାନ ଦିଗରେ ମନ୍ତ୍ରୀ ଦୁଇମାସ ସମୟ ମାଗିଥିଲେ ଏବଂ ଆନ୍ଦୋଳନ ସ୍ଥଗିତ ରଖିବା ପାଇଁ କହିଥିଲେ। ଏ ସମ୍ପର୍କରେ ସଂଘ ପକ୍ଷରୁ ବୈଠକ କରାଯାଇ ଆସନ୍ତକାଲି ନିଷ୍ପତ୍ତି ନିଆଯିବ ବୋଲି ସାଧାରଣ ସମ୍ପାଦକ ଅଶ୍ବିନୀ କୁମାର ଦାସ କହିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories