www.samajalive.in
Saturday, December 13, 2025
26.1 C
Bhubaneswar

ଆମେରିକୀୟ କମ୍ପାନୀ ସହ ମିଶି ହିରୋ ଆଣୁଛି ଇ-ବାଇକ

ନୂଆଦିଲ୍ଲୀ : ହିରୋ ମୋଟୋକର୍ପ ଆମେରିକୀୟ ଇଭି ପାର୍ଟନର ଜିରୋ ମୋଟରସାଇକେଲ ସହ ମିଶି ଏକ ନୂଆ ଇ-ବାଇକ ଉପରେ କାମ କରୁଛି । ଏହି ମିନି ବାଇକ ସହର ବଜାରର ଗଳି କନ୍ଦିକୁ ନଜରରେ ରଖି ପ୍ରସ୍ତୁତ କରାଯାଉଛି । ଏଥିରେ ଅଲଗା ହୋଇପାରୁଥିବା ବ୍ୟାଟେରୀ ରହିବ । ଏବେ ଜିରୋ ଇଲେକ୍ଟ୍ରିକ୍ ମୋଟରସାଇକେଲରେ ଫିକ୍ସଡ ବ୍ୟାଟେରୀ ମିଳୁଛି । ଜିରୋ ଏଫଏକ୍ସଇକୁ ବେଙ୍ଗାଲୁରୁରେ ଟେଷ୍ଟିଂ ସମୟରେ ଦେଖିବାକୁ ମିଳିଥିଲା । ଏହାର ସର୍ବାଧିକ ଗତି ୧୩୬ କିଲୋମିଟର ପ୍ରତି ଘଣ୍ଟା । ଏହାକୁ ଥରେ ଚାର୍ଜ କଲେ ୧୭୦ କିଲୋମିଟର ଯାତ୍ରା କରିହେବ ।

ଏଫଏକ୍ସଇ ନିଜ ଦମଦାର ଡିଜାଇନ ସହିତ ନିଜ ପ୍ରିମିୟମ୍ ପୋଜିସନିଂ ପାଇଁ ମଧ୍ୟ ଜଣାଯାଏ । ଆମେରିକାରେ ଏଫଏକ୍ସଇର ଦାମ୍ ୧୦ ଲକ୍ଷ ଟଙ୍କାରୁ ଅଧିକ । ଅର୍ଥାତ୍ ଏହା ଦୁନିଆର ସବୁଠାରୁ ମହଙ୍ଗା ଦୁଇଚକିଆ ଇଭି ମଧ୍ୟରୁ ଗୋଟିଏ । ତେବେ ଭାରତୀୟ ବଜାର ପାଇଁ ଏହାର ଅନେକ ଫିଚର କମାଯାଇ ଦାମ୍ ମଧ୍ୟ କମ୍ କରିବାକୁ ଚେଷ୍ଟା କରୁଛି କମ୍ପାନୀ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories