www.samajalive.in
Tuesday, December 9, 2025
19.1 C
Bhubaneswar

କୃତୀ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା, ବୃତ୍ତି ପ୍ରମାଣପତ୍ର ପ୍ରଦାନ

ଗୁରୁଡ଼ିଝାଟିଆ: ବିଦ୍ୟାର୍ଥୀଙ୍କ ଲୁକାୟିତ ପ୍ରତିଭାକୁ ଉନ୍ମୋଚନ କରି ଆଗକୁ ଦେଶ ଗଠନରେ ବିନିଯୋଗ କରିବା ଓ ଶିକ୍ଷା କ୍ଷେତ୍ରରେ ଅଧିକ ପ୍ରୋତ୍ସାହିତ କରିବା ନିମନ୍ତେ ଜେ କେ ଲକ୍ଷ୍ମୀ ସିମେଣ୍ଟ କାରଖାନା ପକ୍ଷରୁ ଘଣ୍ଟିଖାଲ ଉଚ୍ଚ ବିଦ୍ୟାଳୟର କୃତୀ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହ ପଞ୍ଚାୟତର ଜେ କେ ଲକ୍ଷ୍ମୀ ସିମେଣ୍ଟ ଛାତ୍ରବୃତ୍ତି ପାଇଥିବା ବିଦ୍ୟାର୍ଥୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ବିଦ୍ୟାଳୟ ପ୍ରଧାନଶିକ୍ଷକ ହରେକୃଷ୍ଣ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ କାରଖାନାର ୟୁନିଟ ମୁଖ୍ୟ ଗିରୀଶ ତିୱାରୀ ଅତିଥି ଭାବେ ଯୋଗଦେଇ ଉତ୍ତମ ବିଦ୍ୟାର୍ଥୀଙ୍କୁ ଉତ୍ସାହୀତ କରିବା ଓ ଶିକ୍ଷା କ୍ଷେତ୍ରରେ ଆଗକୁ ବଢ଼ିବା ଦିଗରେ କାରଖାନା ପ୍ରତିଶୃତିବଦ୍ଧ। ସାମାଜିକ ଉତ୍ତରଦାୟିତ୍ୱକୁ ଠିକଣା ଢଙ୍ଗରେ ତୁଲାଇବା ପାଇଁ ଉକ୍ତ କାର୍ଯ୍ୟକ୍ରମ କରାଯାଉଛି ବୋଲି କହିଥିଲେ। ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ସୁବାସ ଚନ୍ଦ୍ର ବିଶ୍ୱାଳ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। ପାରିପାର୍ଶ୍ବିକ ଉନ୍ନୟନ ଅଧିକାରୀ ଶୁଶିଲ କୁମାର ରାଉତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories