କେନ୍ଦୁଝର: କେନ୍ଦୁଝର ପୌରପାଳିକା ଅନ୍ତର୍ଗତ କମାରଗୋଡ଼ା ଠାରେ ଅବସ୍ଥିତ ଭୂୟାଁ ସାଂସ୍କୃତିକ ସଂଗଠନ ଭବନ ସଭାଗୃହ ଠାରେ କବି କୁଙ୍କୁମ ନବକିଶୋର ମହାନ୍ତଙ୍କ ରଚିତ “ବିପ୍ଲବୀ ଧରଣୀଧର”ଙ୍କ ଜୀବନୀ ପାଣ୍ଡୁଲିପିର ପ୍ରକାଶନ ନିମିତ୍ତ ଆଲୋଚନାଚକ୍ର ଏବଂ ପ୍ରସ୍ତାବ ଗ୍ରହଣ କାର୍ଯ୍ୟକ୍ରମ ଭୂୟାଁ ସାଂସ୍କୃତିକ ସଂଗଠନର ସଭାପତି ହରିଶଙ୍କର ନାଏକଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଲେଖକ, ସଂଗଠକ ସଂଗ୍ରାହକ ଡମ୍ବରୁ ମହାନ୍ତ, ସମ୍ମାନିତ ଅତିଥି, ବକ୍ତା ଭାବେ ପଦ୍ମଶ୍ରୀ ଦୈତାରୀ ନାଏକ, ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଲଷ୍ମୀ ନାଏକ, ଯୋଡ଼ା ବ୍ଲକ ଅଧ୍ୟକ୍ଷ କବିନ୍ଦ୍ର ନାଏକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗିରିଧାରୀ ନାଏକ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଲଷ୍ମୀଧର ନାଏକ, ଭୂୟାଁ ସର୍ଦାର କୁଞ୍ଜ ଦେହୁରୀ, ପ୍ରାଥମିକ ଶିକ୍ଷା ନିର୍ଦ୍ଧେଶାଳୟ, ଓଡିଶା ର ଯୁଗ୍ମ ନିର୍ଦେଶକ ନବକିଶୋର ଗିରି, ସମାଜସେବୀ, ସଂଗଠକ ଯୁଧିଷ୍ଠିର ନାଏକ ପ୍ରମୁଖ ଯୋଗଦେଇ “ବିପ୍ଲବୀ ଧରଣୀଧର” ଙ୍କ ସହିତ କବି କୁଙ୍କୁମ ନବକିଶୋରଙ୍କ ଜୀବନୀ, କୃତି ପ୍ରତିଭା ସମ୍ପର୍କରେ ଆଲୋକପାତ କରି ବିପ୍ଲବୀ ଧରଣୀଧରଙ୍କୁ ପରିଚିତ, ପ୍ରଚାର ପ୍ରସାର କରିବାରେ କବି କୁଙ୍କୁମଙ୍କ ଅକ୍ଲାନ୍ତ ଉଦ୍ୟମ ପ୍ରସଂସନୀୟ ବୋଲି ବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥି ଡମ୍ବରୁ ମହାନ୍ତ କବିକୁଙ୍କୁମ ନବକିଶୋରଙ୍କ ରଚନାବଳିର ସଂଗ୍ରହ ଓ ସମ୍ପାଦନା ର ଅନୁଭୂତି ବର୍ଣନା କରି କବିଙ୍କ ରଚନାବଳିର ପ୍ରକାଶନ ପାଇଁ ସହଯୋଗ ଲୋଡ଼ିଥିଲେ।
Related Posts
ଅନ୍ୟତମ ଆଲୋଚକ ଭାବେ ଡ଼କ୍ଟର ପଦ୍ମଲୋଚନ ମହାନ୍ତ, ଜଗଦିଶ ନାଏକ, ଅଧ୍ୟାପିକା ଗୀତାଞ୍ଜଳି ନାୟକ,ବେଣୁ ମାଧବ ନାଏକ, ଗୁରୁଚରଣ ଦେହୁରୀ , ଡାକ୍ତର ସୁବଳ ନାଏକ,ପ୍ରଦୀପ ପ୍ରଧାନ,ଯଦୁମଣି ଠାକୁର, ଚନ୍ଦ୍ରମୋହନ ନାଏକ, ସଞ୍ଜୟ ଗିରି, ନରତୋମ ନାଏକ, ଭରତ ଚନ୍ଦ୍ର ଦେହୁରୀ, ଶିବଚରଣ ନାଏକ, ଅଶୋକ ନାଏକ, ବିଶିକେସନ ନାଏକ, କାଙ୍ଗାଳି ଚରଣ ନାଏକ, ବଳରାମ ନାଏକ ଅବସରପ୍ରାପ୍ତ ବି. ଡି. ଓ ମୋହନ ନାଏକ, ସର୍ଦାର ତମlଳ ପ୍ରଧାନ, ତ୍ରିଲୋଚନ ନାଏକ ପ୍ରମୁଖ ଆଲୋଚନା କରି ନିର୍ଭୁଲ ଭାବେ ବିପ୍ଲବୀ ଧରଣୀଧର ପୁସ୍ତକ ପ୍ରକାଶିତ ହୋଇ ଭୂୟାଁ ସମାଜରେ ନବ ଜାଗରଣ ସୃଷ୍ଟି ହେଉ ବୋଲି ମତପ୍ରକାଶ କରିଥିଲେ। ପ୍ରଥମେ ଅତିଥିମାନେ ବିପ୍ଲବୀ ଧରଣୀଧରଙ୍କ ଫଟୋ ଚିତ୍ରରେ ମାଲ୍ୟର୍ପଣ ଧୂପ ପ୍ରଦୀପ ପ୍ରଯ୍ୟଳନ ପରେ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇ ଥିଲା।
ଭୂୟାଁ ସାଂସ୍କୃତିକ ସଂଗଠନ ସମ୍ପାଦକ ଶ୍ୟାମ ସୁନ୍ଦର ନାଏକ ସ୍ଵl ଗ ତ ଅଭିଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଅତିଥି ମାନଙ୍କ ସହିତ ବିପ୍ଲବୀ ଧରଣୀଧର ଙ୍କ ଦାୟାଦ କଳାକାର ନାଏକ, ସହିଦ ରତ୍ନା ନାଏକ ଙ୍କ ଦାୟାଦ ମଗୁଶିରା ନାଏକ, ଜୟରାମ ନାଏକ ଙ୍କୁ ସମ୍ମାନିତ କରି ସମର୍ଦ୍ଧିତ କରାଯାଇଥିଲା।
କାର୍ଯ୍ୟକ୍ରମ ରେ ବିଭିନ୍ନ ଭୂୟାଁ ପିଢ ର ସର୍ଦାର ଙ୍କ ସହିତ କୁସୁମିତା, ବାଉଁଶପାଳ, ଯୋଡ଼ା, ଗୁଆଲି, କାଦକଳା, ସୁନ୍ଦରଗଡ଼ କୋଇଡା ପ୍ରଭୁତି ଅଞ୍ଚଳ ରୁ ସତୁରି ରୁ ଉର୍ଦ୍ଧ ଭୂୟାଁ ଜନଜାତି ର ପ୍ରତିନିଧି ମାନେ ଯୋଗଦେଇ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ କୁ ଭୂୟାଁ ମହା ସମାଜ, ଓଡିଶା ଓ ଭୂୟାଁ ସାଂସ୍କୃତିକ ସଂଗଠନ କେନ୍ଦୁଝର ଙ୍କ ସଦସ୍ୟ, ସଦସ୍ୟା ମାନଙ୍କ ଦ୍ଵାରା ପରିଚାଳିତ ହୋଇଥିଲା।
Comments are closed.