www.samajalive.in
Monday, December 8, 2025
13.1 C
Bhubaneswar

କେବେ ବଦଳିବ ଚିତ୍ର : ବିପଦସଙ୍କୁଳ ଅବସ୍ଥାରେ ଚାଲିଛି ପାଠପଢା

ହରଭଙ୍ଗା: ରାଜ୍ୟ ସରକାରଙ୍କ ୫ଟି ରୂପାନ୍ତରିତ ଯୋଜନା କାର୍ଯ୍ୟକାରୀ ପରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆସିଛି । ମାତ୍ର ପ୍ରାଥମିକ ଶିକ୍ଷା ଭିତ୍ତିଭୂମି ଏପର୍ଯ୍ୟନ୍ତ ପରିବର୍ତ୍ତନ ହୋଇପାରନାହିଁ । ଯାହାଫଳରେ ଶହେ ବର୍ଷରୁ ଅଧିକ ପୁରାତନ ପ୍ରାଥମିକ ସ୍କୁଲ ଗୁଡିକର ରୂପରେଖ ବଦଳିପାରୁନି । ଫଳରେ ବିପଦ ସଙ୍କୁଳ ଅବସ୍ଥାରେ  ପାଠପଢା ଯାଉଥିବା ଦେଖିବାକୁ ମିଳିଛି । ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗାରେ। ମିଳିଥିବା ସୂଚନା ଅନୁଯାୟୀ ୧ ଅକ୍ଟୋବର ୧୮୬୯ ମସିହାରେ ହରଭଙ୍ଗାରେ ଏକ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଥିଲା ।ଏହି ଶିକ୍ଷାନୁଷ୍ଠାନକୁ ଅଦ୍ୟାବିଧି ୧୫୪ବର୍ଷ ପୂର୍ତ୍ତି ହେବାକୁ ଯାଉଛି । ବର୍ତମାନ ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୧୫୦ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଏମାନଙ୍କ ଶିକ୍ଷାଦାନ ପାଇଁ ୫ଜଣ ଶିକ୍ଷକ ନିୟୋଜିତ ଅଛନ୍ତି ।ସ୍କୁଲ ପ୍ରାରମ୍ଭରୁ ଥିବା ପୁରୁଣା ଟିଣ ଛପର ଘରେ ଏବେ ବି ଶିକ୍ଷାଦାନ ଚାଲିଛି । ଟିଣ ଛପର କଳଙ୍କି ଲାଗି ନିଜର ସତ୍ତା ହରାଇଥିବାବେଳେ ବର୍ଷାହେଲେ ପାଣି ଗଳୁଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେବା ସାଙ୍ଗକୁ ପିଲାଙ୍କୁ ବସିବା କଷ୍ଟକର ହୋଇପଡୁଛି । ଏହା ସହିତ ହାତ ଗଣତି ତିନୋଟି ଛାତ ଶ୍ରେଣୀ ଗୃହ ବିପଦ ସଙ୍କୁଳ ଅବସ୍ଥାରେ ରହିଥିବାବେଳେ ଛାତର ଲୁହାରଡ ଦେଖାଯାଉଛି । ସେଠାରେ ମଧ୍ୟ ବର୍ଷାହେଲେ ସମାନ ଅସୁବିଧା ଉପୁଜୁଛି । ଏହା ସହିତ ସ୍କୁଲ ପଛପାଖରେ ପାଚେରୀ ନଥିବାରୁ ଏହା ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ପିଲାଙ୍କ ପାଇଁ ଶୌଚାଳୟ,ବିଶୁଦ୍ଧ ପିଇବା ପାଣିର ବ୍ୟବସ୍ଥା ନାହିଁ ।ଏପରିକି ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଭୋଜନାଳୟ ମଧ୍ୟ ନାହିଁ ।ଏହା ସହିତ ପିଲାଙ୍କ ପାଇଁ ଖେଳପଡିଆ ମଧ୍ୟ ନଥିବା ଜଣାପଡିଛି । ତେବେ ଖୁବ୍ ଶୀଘ୍ର ଏହା ସ୍ଥାୟୀ ସମାଧାନ ଲାଗି  ସ୍କୁଲ ପରିଚାଳନା କମିଟି ପକ୍ଷରୁ ବୌଦ୍ଧ ଜିଲ୍ଲାପାଳ, ହରଭଙ୍ଗା ବି.ଡି.ଓ, ହରଭଙ୍ଗା ତହସିଲଦାର, ଏବଂ ସରପଞ୍ଚଙ୍କୁ ଲିଖିତ ଭାବେ ଜଣାଯାଇଛି।

Hot this week

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

Related Articles

Popular Categories