ସିମ୍‌‌ ବକ୍ସ ମାମଲା: ରାଞ୍ଚି ଗଲା ଅଭିଯୁକ୍ତ ରାଜୁ ମଣ୍ଡଳ

ସମାଜ ଡିଜିଟାଲ ଡେସ୍କ: ସିମ୍‌‌ ବକ୍ସ ମାମଲାରେ ଅଭିଯୁକ୍ତ ରାଜୁ ମଣ୍ଡଳକୁ ଆଜି ରାଞ୍ଚି ନିଆଯାଉଛି। କମିଶନରେଟ ପୁଲିସର ୨ଟି ଟିମ୍‌‌ ରାଞ୍ଚି ଯାଉଛନ୍ତି। ତୃତୀୟ ସିମ୍‌‌ ବକ୍ସ ମିଳିବା ପୁଲିସକୁ ଅଧିକ ତଥ୍ୟ ମିଳିପାରେ। ଭୁବନେଶ୍ୱର, କଟକ ପରେ ଝାଡଖଣ୍ଡରେ ସିମ୍‌‌ ବକ୍ସ ରହିଥିବା ତଦନ୍ତରୁ ଜଣାପଡିଛି। ସୋମବାର ଏନେଇ ପୁଲିସ କମିଶନର ସୂଚନା ଦେଇଥିଲେ। ଏହାପରେ ଅଧିକ ଖୋଳତାଡ ପାଇଁ ତଦନ୍ତକାରୀ ଟିମ୍‌‌ ସହ ଅଭିଯୁକ୍ତ ରାଜୁ ମଣ୍ଡଳକୁ ଝାଡଖଣ୍ଡ ନିଆଯାଇଛି। ମାମଲାର ମୁଖ୍ୟ ଅଭିଯୁକ୍ତ ଅସଦୁର ଜମାନକୁ ଗିରଫ କରିବା ପାଇ ଇଣ୍ଟରପୋଲର ସହାୟତା ନେଇଛି କମିଶନରେଟ ପୁଲିସ। ଭୁବନେଶ୍ୱର ଓ କଟକରୁ ସିମ୍‌‌ ବକ୍ସ ସବୁ ମିଳିବା ପରେ ରାଜୁ ମଣ୍ଡଳକୁ ୫ଦିନିଆ ନେଇଛି ପୁଲିସ। ଦୈତନଗରୀରୁ ମୋଟ ୧୨ଟି ସିମ୍‌‌ ବକ୍ସ ଜବତ କରିଛି ପୁଲିସ।

Comments are closed.