www.samajalive.in
Saturday, December 6, 2025
16.1 C
Bhubaneswar

ହିଂସ୍ର ହେଉଛି ବାଂଲାଦେଶ ଚିତ୍ର: ହିନ୍ଦୁଙ୍କୁ ଆକ୍ରମଣ ପ୍ରତିବାଦରେ ବିକ୍ଷୋଭ

ନୂଆଦିଲ୍ଲୀ:  ପୁରା ଦେଶରେ ଅସମ୍ଭାଳ ସ୍ଥିତି। ଦିନକୁ ଦିନ ହିଂସ୍ର ହେଉଛି ବାଂଲାଦେଶ ଚିତ୍ର। ଅଗଷ୍ଟ ୫ ତାରିଖରେ ଶେଖ୍ ହସିନା ଦେଶ ଛାଡି ଚାଲିଯିବା ପରେ ପୁରା ଦେଶରେ ରାଜନୈତିକ ଅସ୍ଥିରତା ଦେଖିବାକୁ ମିଳିଛି। ଏଠାରେ ରହୁଥିବା ସଂଖ୍ୟା ଲଘୁ ବିଶେଷ କରି ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାର ବଢିଛି। ହିନ୍ଦୁ ନେତା ମାନଙ୍କ ଉପରେ ଆକ୍ରମଣ କରି ହତ୍ୟା କରାଯାଇଛି ଏବଂ ଘର ମଧ୍ୟ ପୋଡି ଦିଆଯାଇଛି। ବାଂଲାଦେଶରେ ଥିବା ୫୩ରୁ ଅଧିକ ଜିଲ୍ଲା ତଥା ବିଭିନ୍ନ ବିଦ୍ୟାଳୟ ଓ କଲେଜ ଗୁଡିକୁ ଜୋର ଜବରଦସ୍ତ ହଟାଯାଉଛି। ବାଧ୍ୟ ହୋଇ କିଛି ହିନ୍ଦୁ ଶିକ୍ଷକ ଇସ୍ତଫା ମଧ୍ୟ ଦେଇଛନ୍ତି। ବାଂଲାଦେଶରେ ଥିବା ୩୦୦ ହିନ୍ଦୁଙ୍କ ଘର , ଦୋକାନକୁ ଆକ୍ରମଣ କରାଯାଇଛି। କଳାକାର ରାହୁଲ ଆନନ୍ଦଙ୍କ ଘରକୁ ପୋଡି ଦିଆଯାଇଥିବାବେଳେ ଅଭିନେତା ଶାନ୍ତୋ ଖାନ୍ ଏବଂ ତାଙ୍କ ବାପା ସଲିମଙ୍କୁ ପିଟି ପିଟିହତ୍ୟା କରାଯାଇଛି। ୨୦ରୁ ଅଧିକ ହିନ୍ଦୁ ମନ୍ଦିରକୁ ଭଙ୍ଗାରୁଜ୍ଜା କରାଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୨୦ରୁ ଅଧିକ ହିନ୍ଦୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ହିନ୍ଦୁ ମାନଙ୍କୁ ଆକ୍ରମଣ ପ୍ରତିବାଦରେ ମିଚିଗାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।


Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories