www.samajalive.in
Wednesday, December 10, 2025
14.1 C
Bhubaneswar

ଦେଖନ୍ତୁ ଭିଡ଼ିଓ, ରାଖି ପୂର୍ବରୁ ଯୋଧପୁରରେ ଅଭାବନୀୟ; ୩ବର୍ଷର ଶିଶୁକନ୍ୟା ସହିତ ଦୁଷ୍କର୍ମ କଲା ୪୫ବର୍ଷୀୟ

ସମାଜ ଡିଜିଟାଲ ଡେସ୍କ: ରାଖିପୂର୍ଣ୍ଣିମା ପୂର୍ବଦିନ ରାଜସ୍ଥାନ ଯୋଧପୁରରେ ଲୋକହର୍ଷଣକର ଘଟଣା ସାମ୍ନାକୁ ଆସିଛି ଯାହାକି ସମସ୍ତଙ୍କ ହୃଦହକୁ ଦୋହଲାଇ ଦେଇଛି। ୩ବର୍ଷର ନିରୀହ ଶିଶୁକନ୍ୟା ସହିତ ଜଣେ ୪୫ବର୍ଷୀୟ ବ୍ୟକ୍ତି ପ୍ରଥମେ ଅପହରଣ ପରେ ଦୁଷ୍କର୍ମ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ବ୍ୟକ୍ତି ଜଣଙ୍କ ଶିଶୁକନ୍ୟାଙ୍କ ପ୍ରତି ଏଭଳି ଅମାନବୀୟ ଅତ୍ୟାଚାର କରିଛନ୍ତି ଯାହାକି ହୃଦୟ ବିଦାରକ। ନାବାଳିକାଙ୍କ ଓଠ ଓ ପିଠିରେ କ୍ଷତ ଚିହ୍ନ ରହିଥିବା ପୁଲିସ କହିଛି। ରବିବାର ସକାଳେ ପୀଡିତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାରେ ଯୋଧପୁର ପୁଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ କରୁଛି।
ଯୋଧପୁରର ଅତିରିକ୍ତ ଡିସିପିଙ୍କ ସୂଚନା ଅନୁସାରେ ରବିବାର ସକାଳେ ସଫେଇ କାର୍ଯ୍ୟରେ ଥିବାବେଳେ ଜଣେ ମହିଳା କର୍ମଚାରୀ ଜଣଙ୍କ ପୀଡିତାଙ୍କୁ ପଡିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣସ୍ଥଳରେ ପହଞ୍ଚି ପୀଡିତା ଶିଶୁକନ୍ୟାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପୀଡିତାଙ୍କ ପରିବାରକୁ ଖବର ଦିଆଯିବ ପରେ ସେମାନେ ମେଡିକାଲରେ ପହଞ୍ଚିଛନ୍ତି। ଏଡିସିପିଙ୍କ କହିବା ଅନୁଯାୟୀ ଶନିବାର ରାତି ପ୍ରାୟ ୨ଟା ବେଳେ ନାବାଳିକାଙ୍କ ସହ ଦୁଷ୍କର୍ମ ଘଟଣା ଘଟିଥିଲା। ଉକ୍ତ ଅଂଚଳର ସିସିଟିଭି ଯାଞ୍ଚ କରିବା ପରେ ଜଣେ ବ୍ୟକ୍ତି ଶିଶୁକନ୍ୟାଙ୍କୁ କୋଳରେ ଧରି ଯାଉଥିବା ଭିଡ଼ିଓ ସିସିଟିଭିରେ କଏଦ ହୋଇଥିଲା। ଫୁଟେଜ ଆଧାରରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।
ଅଭିଯୁକ୍ତ ୪୫ବର୍ଷୀୟ ହରିଶ ସିନ୍ଧି ଯୋଧପୁରର ଚୋପାସନୀ ହାଉସିଂ ବୋର୍ଡ ସେକ୍ଟର-୨୧ ଅଂଚଳର ବାସିନ୍ଦା ବୋଲି ଜଣାପଡିଛି। ଅଭିଯୁକ୍ତ ଜଣଙ୍କ ସର୍ବଦା ନିଶାସକ୍ତ ଅବସ୍ଥାରେ ରହିଥିବା ପୁଲିସ କହିଛି। ଏହି କାରଣରୁ ତାର ପୁଅ ଓ ପତ୍ନୀ ଅଲଗା ରହୁଥିବା ଜଣାପଡିଛି। ପୁଲିସ ଘଟଣାରେ ଅଭିଯୁକ୍ତକୁ ଗିରଫ କରି ତଦନ୍ତ କରୁଛି।

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories