www.samajalive.in
Saturday, December 6, 2025
17.1 C
Bhubaneswar

ଲଜ୍ଜା: ବିଦ୍ୟାଳୟରେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କଲେ ଏନସିସି ଅଧିକାରୀ

ସମାଜ ଡିଜିଟାଲ ଡେସ୍କ: କଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲାକୁ ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଥିବାବେଳେ ତାମିଳନାଡୁରେ ଆଉ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ୮ମ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ବିଦ୍ୟାଳୟର ଏନସିସି ଅଧିକାରୀ ଦୁଷ୍କର୍ମ କରିଛନ୍ତି। ଛାତ୍ରୀଙ୍କ ପରିବାର ଲୋକେ ଏହା ଜାଣିବା ପରେ ବିଦ୍ୟାଳୟ ପକ୍ଷରୁ ଘଟଣାକୁ ଚପାଇଦେବାକୁ ଉଦ୍ୟମ ହୋଇଛି।

କ୍ରିଷ୍ଣଗିରି ଏସପି ପି. ଥାଙ୍ଗାଦୁରାଇ କହିଛନ୍ତି, ନିକଟରେ ବିଦ୍ୟାଳୟର ଏନସିସି ଶିବିର ଆୟୋଜିତ ହୋଇଥିଲା। ଏହି ସମୟରେ ୧୭ ଜଣ ଝିଅ ରାତିରେ ବିଦ୍ୟାଳୟ ପ୍ରେକ୍ଷାଳୟରେ ରହିଥିଲେ। ଅଭିଯୁକ୍ତ ଏନସିସି ଅଧିକାରୀ ଶିବରମଣ ପୀଡ଼ିତା ଛାତ୍ରୀଙ୍କୁ ବାହାରକୁ ଡାକିନେଇ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ। ଗତ ୮ ତାରିଖ ରାତିରେ ଏହି ଘଟଣା ଘଟିଥିଲା।

- Advertisement -

ଘଟଣା ପରେ ଛାତ୍ରୀ ଜଣକ ଏ ବିଷୟରେ ଉକ୍ତ ଘରୋଇ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଜଣାଇଥିଲେ। କିନ୍ତୁ ଅଧ୍ୟକ୍ଷ ଜଣକ ଛାତ୍ରୀଙ୍କୁ ନୀରବ ରହିବାକୁ କହିଥିଲେ। ଏନସିସି ଶିବିର ଉଦଯାପିତ ହେବା ପରେ ଛାତ୍ରୀ ଜଣକ ଘରକୁ ଯାଇଥିଲେ। ଘରେ ଦେହ ଅସୁସ୍ଥ ହେବାକୁ ତାଙ୍କୁ ଗତ ୧୬ ତାରିଖରେ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ସେ ତାଙ୍କ ସହିତ ଘଟିଥିବା ଘଟଣା ବିଷୟରେ ଜଣାଇଥିଲେ। ଏହା ପରେ ପରିବାର ଲୋକେ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ପୁଲିସ ଏହାର ତଦନ୍ତ କରିବା ପରେ ଅଭିଯୁକ୍ତ ଶିବରମଣ ଶିବିରରେ ଅନ୍ୟ ଛାତ୍ରୀମାନଙ୍କୁ ବି ଯୌନ ନିର୍ଯାତନା ଦେଇଥିବା ଜାଣିବାକୁ ପାଇଛି। ଅଭିଯୁକ୍ତ ଫେରାର ଥିବାବେଳେ ଘଟଣାକୁ ଚପାଇବାକୁ ଉଦ୍ୟମ କରିଥିବା ବିଦ୍ୟାଳୟ ଅଧ୍ୟକ୍ଷଙ୍କ ସହିତ ସ୍କୁଲର ଅନ୍ୟ ୬ ଜଣଙ୍କୁ ଅଟକ ରଖିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories