ଫୁଲବାଣୀ: ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ କେନ୍ଦ୍ରୀୟ ବିଦ୍ୟାଳୟ ସମ୍ମୁଖରେ ନଗରବନ ଉଦଘାଟିତ ହୋଇଯାଇଛି। ଏଥିରେ ଅତିଥିଭାବେ ଫୁଲବାଣୀ ବିଧାୟକ ଉମା ଚରଣ ମଲିକ ଯୋଗଦେଇ ଉଦଘାଟନ କରିଥିବା ବେଳେ ଫୁଲବାଣୀ ଡ଼ିଏଫ୍ଓ ପ୍ରଶାନ୍ତ ପଟେଲ୍ , ଏସିଏଫ ଶ୍ୱେତଲିନା ସାହୁ , ଫୁଲବାଣୀ ବନାଞ୍ଚଳ ଅଧିକାରୀ ଶିବାନନ୍ଦ ଲେଙ୍କା , ପ୍ରେସ୍ କ୍ଳବ ସଭାପତି ସୁନିଲ ପଟନାୟକ, ପାହାଡ଼ ଅନୁଷ୍ଠାନର ସଂପାଦକ ପଞ୍ଚାନନ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ନଗରବନ ପ୍ରାୟ ୧୦ ହେକ୍ଟର ପରିମିତ ସ୍ଥାନରେ ପ୍ରାକୃତିକ ମନୋରମ ପରିବେଶ ମଧ୍ୟରେ ନିର୍ମାଣ କରାଯାଇଛି। ଏହି ନଗରବନ ସକାଳ ୯ ଘଟିକା ଠାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଓ ଅପରାହ୍ନ ୨ଟାରୁ ୬ଟା ଯାଏଁ ଖୋଲା ରହିବ ବୋଲି ଡ଼ିଏଫ୍ଓ ପ୍ରକାଶ କରିଛନ୍ତି। ବନପାଳ ସରୋଜ ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ପାର୍କ ନିର୍ମାଣ ହୋଇଛି। ପ୍ରଥମ ଦିନରେ ବହୁ ସଂଖ୍ୟାରେ ଜନଗହଳି ଲାଗି ରହିଥିବା ବେଳେ ସମସ୍ତ ଅତିଥିମାନେ ଟିକଟ କାଟି ପାର୍କ ମଧ୍ୟକୁ ପ୍ରବେଶ କରିଥିଲେ।




