www.samajalive.in
Saturday, December 13, 2025
26.1 C
Bhubaneswar

ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ କ୍ଷେତ୍ର ପରିଦର୍ଶନ କଲେ ଜିଲ୍ଲାପାଳ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତର ଡକେଡି ଗ୍ରାମକୁ ନବ ନିଯୁକ୍ତ କନ୍ଧମାଳ ଜିଲ୍ଲାପାଳ ଆମ୍ରିତ୍ ଋତୁରାଜ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ତରଫରୁ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ବାଲିଗୁଡା ସହଯୋଗରେ ଡକେଡି ଜନଜାତି ଜୀବିକା ପରିଷଦର କ୍ଷେତ୍ର ପରିଦର୍ଶନ କରିଥିଲେ। ଡକେଡି ମାଗରଗୁଡ଼ା ଠାରୁ ଜିଲ୍ଲାପାଳଙ୍କୁ ପାରମ୍ପାରିକ ନୃତ୍ୟ ସହିତ, ଆଦିବାସୀ ବେଶଭୂଷାରେ ସ୍ବାଗତ କରିଥିଲେ। ପରେ ପ୍ରାୟ ଦୁଇ କି.ମି ପାଦଚଲା ରାସ୍ତାରେ ଜଙ୍ଗଲ ମଧ୍ୟରେ ପାହାଡ ଠାରୁ ଆସିଥିବା ଝରଣା ପାଣିକୁ ସଂରକ୍ଷଣ କରି ବିଭିନ୍ନ ଚାଷ ଜମିକୁ ସେଚନ କରିବା ନିମନ୍ତେ ପ୍ରଦାନ କରିଥିବା ବିଷୟ ଦେଖିବା ସହିତ କର୍ମଚାରୀ ମାନଙ୍କ ସହିତ ଆଲୋଚନା କରିଥିଲେ। ଡକେଡି ଗ୍ରାମବାସୀ ମାନଙ୍କର ବିଭିନ୍ନ ଅଭିଯୋଗ ଗ୍ରହଣ କରିଥିଲେ ଓ ସେମାନଙ୍କୁ ମସଲା ଜାତ ଦ୍ରବ୍ୟ ଉତ୍ପାଦନ କରିବା ବା ଚାଷ ଜୈବିକ ପଦ୍ଧତିରେ କରିବା ନିମନ୍ତେ ପରାମର୍ଶ ଦେଇଥିଲେ। ସେଠାରୁ ପୁଣି ନିକଟରେ ଥିବା ଡଡ଼ାପାଡ଼ା ଆଶ୍ରମ ସ୍କୁଲ୍ ପରିଦର୍ଶନ କରିବା ସହିତ ପ୍ରଧାନ ଶିକ୍ଷକଙ୍କ ସହିତ ଆଲୋଚନା କରି ବିଭିନ୍ନ ସମସ୍ୟାକୁ ଦେଖି ତାଗିଦ୍ କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ର ନିକଟକୁ ଯାଇ କୃଷି ସମ୍ବର୍ଦ୍ଧିତ ଜୈବିକ ବୀଜ ଉତ୍ପାଦନ ଓ ଚାଷ କରିବା ପ୍ରଣାଳି ବିଷୟରେ ଆଲୋଚନା କରିବା ସହିତ ଗୋଲ୍ ମରିଚ ଚାଷ କରି ଚାଷୀ ମାନେ କିପରି ଲାଭବାନ ହେବେ ସେ ବିଷୟରେ ଆଲୋଚନା କରିଥିଲେ। ଶେଷରେ ଉକ୍ତ ଗ୍ରାମର କ୍ଷୁଦ୍ର ଯୁବ ଉଦ୍ୟୋଗୀ ଶାନ୍ତନୁ ପ୍ରଧାନଙ୍କ ସହିତ ଆଲୋଚନା କରି କିପର ଅଧିକ ସ୍ୱାବଲମ୍ବୀ ହୋଇପାରିବେ ସେ ବିଷୟରେ ପରାମର୍ଶ ଦେଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories