ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ସ୍ୱତନ୍ତ୍ର ସମୀକ୍ଷା ବୈଠକ

ଡେସ୍କ: କଟକ ସ୍ତିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟ।ଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି, ଅପରାଧ ଦମନ ଓ ନିୟନ୍ତ୍ରଣ ଏବଂ ପ୍ରଶାସନିକ ପ୍ରସଙ୍ଗ ସମ୍ପର୍କରେ ଏକ ସ୍ଵତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ରାଜ୍ୟର ରେଞ୍ଜ ଆଇଜି, ଡିଆଇଜି ଏବଂ ସମସ୍ତ ଜିଲ୍ଲାର ଏସପିଙ୍କ ସହ ଭିଡ଼ିଓ କନଫରେନସିଂ ଜରିଆରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଜାତୀୟ ସ୍ତରରେ ଓଡିଶା ପୋଲିସର ସ୍ଵତନ୍ତ୍ର ସୁନାମ ରହିଛି। ଏହାକୁ ଆଗାମୀ ଦିନରେ ବଜାୟ ରଖିବାକୁ ସମସ୍ତଙ୍କ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ଡିଜିପି ଶ୍ରୀ ଖୁରାନିଆ ମତବ୍ୟକ୍ତ କରିଥିଲେ। ଆସନ୍ତା ୨୦ ତାରିଖରୁ ବିଧାନସଭା ଦ୍ଵିତୀୟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି ଏବଂ ଏଥିପ୍ରତି ସ୍ଵତନ୍ତ୍ର ଦୃଷ୍ଟି ରଖିବାକୁ ସେ ପରାମର୍ଶ ଦେଇଥିଲେ। ସାଇବର ଅପରାଧ ବଢ଼ି ଚାଲିଥିବା ବେଳେ ଏହା ଉପରେ ରୋକ ଲଗାଇବା ନିମନ୍ତେ ସ୍ଵତନ୍ତ୍ର ପଦକ୍ଷେପ ନେବାକୁ ସେ ଗୁରୁତ୍ୱ ଦେଇଥିଲେ। ଏହା ସହ ନକ୍ସଲ ଓ ଆତଙ୍କବାଦ କାର୍ଯ୍ୟକଳାପ ଉପରେ ସ୍ୱତନ୍ତ୍ର ନଜର ରଖିବା ଦିଗରେ ନିର୍ଦ୍ଦେଶ ଦେଇଥିଲେ। ଏତଦବ୍ୟତୀତ ଜନ ସାଧାରଣଙ୍କ ଅଭିଯୋଗକୁ ଧର୍ଯ୍ୟର ସହ ଶୁଣିବାକୁ ଡିଜିପି ପରାମର୍ଶ ଦେଇଥିଲେ। ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ବ୍ୟକ୍ତି ବିଶେଷଙ୍କୁ ଉତ୍ତମ ବ୍ୟବହାର ଏବଂ ସେମାନଙ୍କର ଅଭିଯୋଗକୁ ନିରପେକ୍ଷତାର ସହ ତଦନ୍ତ କରିବାକୁ ସେ ପରାମର୍ଶ ଦେଇଥିଲେ। ନୂତନ ଭାବେ ଲାଗୁ ହୋଇଥିବା ନିୟମ ଅନୁଯାୟୀ କାର୍ଯ୍ୟ କରିବା ନେଇ ଡିଜିପି ପରାମର୍ଶ ଦେଇଥିଲେ।

ବୈଠକରେ ସମସ୍ତ ବରିଷ୍ଠ ପୋଲିସ ଅଧିକାରୀଗଣ ଉପସ୍ଥିତ ଥିଲେ।

Comments are closed.