www.samajalive.in
Saturday, December 6, 2025
26.1 C
Bhubaneswar

ଡାକ୍ତରଙ୍କ ସୁରକ୍ଷା ପାଇଁ ଗଠନ ହେବ କମିଟି; କାର୍ଯ୍ୟକୁ ଫେରିବାକୁ ଅନୁରୋଧ କଲା କେନ୍ଦ୍ର

ସମାଜ ଡିଜିଟାଲ ଡେସ୍କ: ପଶ୍ଚିମବଙ୍ଗର ଆର.ଜି. କର ମେଡିକାଲ କଲେଜରେ ଶିକ୍ଷାନବିସ(ଟ୍ରେନି) ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାକୁ ନେଇ ଦେଶବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର। ଯାହାଫଳରେ ସମସ୍ତ ଡାକ୍ତରଖାନାରେ ରୋଗୀସେବା ବହୁମାତ୍ରାରେ ବାଧାପ୍ରାପ୍ତ ହୋଇଛି। ପରିସ୍ଥିତି ଅଣାୟତ୍ତ ହେବାକୁ ଯାଉଥିବାବେଳେ କେନ୍ଦ୍ର ସରକାରଙ୍କ ଚେତା ପଶିଛି। ଡାକ୍ତର ଏବଂ ସେବିକାମାନଙ୍କ ସୁରକ୍ଷା ପ୍ରତି ସମସ୍ତ ପ୍ରକାର ପଦକ୍ଷେପ ନେବା ଲାଗି ତୁରନ୍ତ ଏକ କମିଟି ଗଠନ କରାଯିବ ବୋଲି ଶନିବାର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଘୋଷଣା କରିଛି। ଡାକ୍ତର ଏବଂ ସେବିକାମାନେ ଆନ୍ଦୋଳନ ପ୍ରତ୍ୟାହାର କରି କାର୍ଯ୍ୟକୁ ଫେରିବାକୁ ମନ୍ତ୍ରଣାଳୟ ପକ୍ଷରୁ ଅନୁରୋଧ କରାଯାଇଛି।

କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ଜେ. ପି. ନଡ୍ଡା ଶନିବାର ଡାକ୍ତର ସଂଘର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଛନ୍ତି। ପ୍ରତିନିଧିମାନଙ୍କ ମଧ୍ୟରେ ଫେଡେରେସନ ଅଫ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ, ଭାରତୀୟ ଚିକିତ୍ସକ ସଂଘ(ଆଇଏମଏ) ଏବଂ ସରକାରୀ ମେଡିକାଲ କଲେଜଗୁଡ଼ିକର ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନର ପଦାଧିକାରୀମାନେ ରହିଥିଲେ। ଖୁବଶୀଘ୍ର ଏକ କମିଟି ଗଠନ କରାଯାଇ ଡାକ୍ତର ଏବଂ ସେବିକାମାନଙ୍କ ସୁରକ୍ଷା ନିମନ୍ତେ ସମସ୍ତ ପଦକ୍ଷେପ ନିଆଯିବ। କମିଟି ସମସ୍ତ ସଂଗଠନର ପ୍ରତିନିଧିମାନଙ୍କୁ ଆମନ୍ତ୍ରଣ କରି ଏ ଦିଗରେ ସେମାନଙ୍କ ମତାମତ ଏବଂ ପରାମର୍ଶ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନଡ୍ଡା ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ମନ୍ତ୍ରଣାଳୟ ପକ୍ଷରୁ ଡାକ୍ତରମାନଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗଦେବାକୁ ଅନୁରୋଧ କରାଯାଇଛି।

- Advertisement -

ଡାକ୍ତରମାନଙ୍କ ପକ୍ଷରୁ ଦାବି କରାଯାଇଛି ଯେ, ଡାକ୍ତରଖାନାଗୁଡ଼ିକୁ ନିରାପଦ ଅଞ୍ଚଳ(ସେଫ୍‌ ଜୋନ) ଭାବେ ଘୋଷଣା କରାଯାଉ। ସମସ୍ତ ଡାକ୍ତରଖାନାର ନିରାପତ୍ତା ପ୍ରୋଟୋକଲ କୌଣସି ବିମାନବନ୍ଦରର ସୁରକ୍ଷା ବ୍ୟବସ୍ଥାଠାରୁ କମ୍ ନ ହେଉ। ଡାକ୍ତରଖାନାଗୁଡ଼ିକରେ ପର୍ଯ୍ୟାପ୍ତ ସିସିଟିଭି କ୍ୟାମେରା ଲଗାଯିବା ସହିତ ସୁରକ୍ଷାକର୍ମୀ ମୁତୟନ ପାଇଁ ଦାବି କରାଯାଇଛି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories