www.samajalive.in
Saturday, December 6, 2025
14.1 C
Bhubaneswar

ଆଇନ ଜାଲରେ ମୁଖ୍ୟମନ୍ତ୍ରୀ; ସିଦ୍ଦରମେୟାଙ୍କ ନାଁରେ ରୁଜୁ ହେବ ମାମଲା, ଅନୁମତି ଦେଲେ ରାଜ୍ୟପାଳ

ସମାଜ ଡିଜିଟାଲ ଡେସ୍କ: ଆଇନ ଜାଲରେ ଛନ୍ଦି ହେଲେ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା। ଜମି ଦୁର୍ନୀତି ଅଭିଯୋଗରେ ତାଙ୍କ ନାମରେ ରୁଜୁ ହେବ ମାମଲା। ଏଥିପାଇଁ ଅନୁମତି ଦେଇଛନ୍ତି ରାଜ୍ୟପାଳ ଥାବର ଚନ୍ଦ ଗେହଲତ।

ମହୀଶୂର ସହରାଞ୍ଚଳ ଉନ୍ନୟନ କର୍ତ୍ତୃପକ୍ଷ(ଏମୟୁଡିଏ) ଜମି ଆବଣ୍ଟନ ଦୁର୍ନୀତିରେ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଜଡ଼ିତ ଥିବା ନେଇ ଜଣେ ସୂଚନା ଅଧିକାର କର୍ମୀ ଟି.ଜେ. ଆବ୍ରାହମଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା। ଆବ୍ରାହମ ହେଉଛନ୍ତି କର୍ନାଟକ ଆଣ୍ଟି ଗ୍ରାଫ୍ଟ ଆଣ୍ଡ ଏନଭାଇରନମେଣ୍ଟାଲ ଫୋରମ୍‌ର ସଭାପତି। ଦୁର୍ନୀତିରେ ମୁଖ୍ୟମନ୍ତ୍ରୀଙ୍କ ନାଁ ସାମିଲ ଥିବାରୁ ଏ ନେଇ ମାମଲା ରୁଜୁ ହୋଇ ତଦନ୍ତ କରାଯିବାକୁ ରାଜ୍ୟପାଳଙ୍କ ଅନୁମତି ଆବଶ୍ୟକ ପଡ଼ୁଥିଲା। ଯାହାକୁ ରାଜ୍ୟପାଳ ଅନୁମୋଦନ କରିଛନ୍ତି। ଦୁର୍ନୀତି ନିବାରଣ ଆଇନ ୧୯୮୮ର ଧାରା ୧୭ ଏବଂ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ର ଧାରା ୨୧୮ ଆଧାରରେ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ କରିବାକୁ ନିର୍ଦେଶ ଦିଆଯାଇଛି। ତେବେ ଏ ସମ୍ପର୍କରେ ତାଙ୍କ ନିକଟରେ କୌରସି ସୂଚନା ନ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।

- Advertisement -

ମହୀଶୂର ସହରାଞ୍ଚଳ ଉନ୍ନୟନ କର୍ତ୍ତୃପକ୍ଷ(ଏମୟୁଡିଏ) ଯୋଜନାରେ ସହରବାସୀଙ୍କ ଜାଗାରେ ଆବାସ ନିର୍ମାଣ ହୋଇଥିଲା। ଏହି ଆବାସରେ ଜମି ହରାଇଥିବା ଜନସାଧାରଣଙ୍କର ୫୦ ପ୍ରତିଶତ ଅଧିକାର ରହିବ ବୋଲି କୁହାଯାଇଥିଲା। ଏହି ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀଙ୍କ ନାମରେ ଥିବା ଏକ ଜମିର ମାଲିକାନା ବଦଳ କରାଯାଇ ସହରରେ ଥିବା ଏକ ମୂଲ୍ୟବାନ ଜାଗା ତାଙ୍କ ନାମରେ କରାଯାଇଥିଲା। ଯାହାର ବଜାର ମୂଲ୍ୟ ସିଦ୍ଦରମେୟାଙ୍କ ସ୍ତ୍ରୀଙ୍କ ନାମରେ ଥିବା ପ୍ରକୃତ ଜାଗାର ବଜାର ମୂଲ୍ୟଠାରୁ ଢେର ଅଧିକ ଥିଲା। ଅନ୍ୟପଟେ ପ୍ରକୃତ ଜମିଟି ଏମୟୁଡିଏ ଯୋଜନା ଅଧୀନରେ ବି ଆସୁ ନ ଥିଲା। ଏହି ଦୁର୍ନୀତିରେ ମୁଖ୍ୟମନ୍ତ୍ରୀ ନିଜେ ସାମିଲ ଥିବା ଆବ୍ରାହମ ଅଭିଯୋଗ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories