www.samajalive.in
Monday, December 8, 2025
14.1 C
Bhubaneswar

ପୁନଃଅବସ୍ଥାପିତ ହେବେ ଶ୍ରୀ ବର୍ମା, ନେଇ ପାରିବେନି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି; ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସିବିଆଇ ବିବାଦ ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ରାୟ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ରାୟ କେନ୍ଦ୍ର ସରକାରଙ୍କୁ ଝଟକା ଦେଇଥିବା ବେଳେ ଯାଞ୍ଚ ଏଜେନ୍ସିର ନିର୍ଦେଶକ ଆଲୋକ ବର୍ମାଙ୍କୁ ମଧ୍ୟ ସମ୍ପର୍ଣ୍ଣ ଭାବେ ଆଶ୍ବସ୍ତି କରିପାରି ନାହିଁ । ସରକାର ତାଙ୍କୁ ଛୁଟିରେ ପଠାଇବା ନିଷ୍ପତ୍ତିକୁ ଚାଲେଞ୍ଜ କରି ସିବିଆଇ ନିଦେର୍ଶକ ଶ୍ରୀ ବର୍ମା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ୭୫ ଦିନ ପରେ ଏହି ମାମଲାର ରାୟ ପ୍ରକାଶ ପାଇଛି । ଶ୍ରୀ ବର୍ମାଙ୍କୁ ପୁଣି ଥରେ ନିର୍ଦ୍ଦେଶକ ଭାବେ ପୁନଃଅବସ୍ଥାପିତ କରିବାକୁ ମଙ୍ଗଳବାର ସୁପ୍ରିମକୋର୍ଟ ରାୟ ଦେଇଛନ୍ତି । ଅଦାଲତ ଅକ୍ଟୋବର ୨୩ରେ  ସରକାରଙ୍କୁ ଦେଇଥିବା ଆଦେଶକୁ ପ୍ରତ୍ୟାହାର କରି ନେଇଛନ୍ତି ହେଲେ ସିଭିସି ଯାଞ୍ଚ ଶେଷ ହେବା ପର୍ଯ୍ୟନ୍ତ ଆଲୋକ ବର୍ମା କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ପାରିବେ ନାହିଁ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି । ଏହା ସହ ସିବିଆଇ ସହକାରୀ ନିଦେର୍ଶକ ନାଗେଶ୍ବର ରାଓଙ୍କ ନିଯୁକ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି ।

ସୂଚନାଯୋଗ୍ୟ, ସିବିଆଇ ନିର୍ଦ୍ଦେଶକ ଭାବେ ଦୁଇବର୍ଷ କାର୍ୟ୍ୟ କରିବା ନେଇ ନିୟମ ଥିବା ବେଳେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଏବଂ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ ସରକାର ଛୁଟିରେ ପଠାଇ ଦେଇଥିଲେ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ସୁପ୍ରିମକୋର୍ଟର ଆଶ୍ରୟ ନେଇଥିଲେ । ଏ ନେଇ ଗତ ଡିସେମ୍ବର ୬ ତାରିଖରେ ଶୁଣାଣି ହୋଇଥିଲେ ମଧ୍ୟ ଏହାର ରାୟ ପ୍ରକାଶ ପାଇ ନ ଥିଲା। ଅନ୍ୟପକ୍ଷରେ ସିବିଆଇ ନିର୍ଦ୍ଦେଶକ ଶ୍ରୀ ବର୍ମା ଏବଂ ସ୍ୱତନ୍ତ୍ର ନିର୍ଦ୍ଦେଶକ ଶ୍ରୀ ଅସ୍ଥାନା ପରସ୍ପର ବିରୋଧରେ ଲାଞ୍ଚ ଅଭିଯୋଗ ଆଣିଥିବାରୁ ତଦନ୍ତ ଲାଗି ଉଭୟଙ୍କୁ ଛୁଟିରେ ପଠାଯିବା ଜରୁରୀ ଥିଲା ବୋଲି ସରକାର ଦର୍ଶାଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories